fbpx

୧୫୦ ପ୍ରସ୍ତାବକୁ ନା କରିବା ପରେ…. ଲାଇଭ୍ ଟିଭିରେ ହେବ ମିକାଙ୍କ ସ୍ୱୟଂବର

ନୂଆଦିଲ୍ଳୀ: ସଂଙ୍ଗୀତ ଦୁନିଆର ପରିଚିତ ଚେହେରା ମିକା ସିଂ ହାତକୁ ଦିହାତ ହେବାକୁ ଯାଉଛନ୍ତି । ସଂଙ୍ଗୀତ ପ୍ରେମୀଙ୍କୁ ଶେଷ ଦୁଇ ଦଶନ୍ଧି ଧରି ଚାର୍ଟବଷ୍ଟରରେ ସୁନ୍ଦର ସୁନ୍ଦର ଗୀତ ଶୁଣାଇଥିବା ମିକା ସର୍ବଦା ବାହାଘର ଠାରୁ ଦୂରେଇ ରହୁଥିଲେ । ସାୱନ ମେ ଲଗ ଗଇ ଆଗ୍ ନାମକ ଏକ ଟିଭି ଶୋର ସ୍ୱୟଂବର ମିକା ଦି ଭଟିରେ ନିଜ ବିବାହ ପାଇଁ କନ୍ୟାଟେ ପାଇଁଛନ୍ତି ।

ଇଟିଭିକୁ ସାକ୍ଷାତକାର ସମୟରେ ମିକା ସିଂ କହିଛନ୍ତି ସମସ୍ତେ ଏମିତି ବାହା ହେବାକୁ ଚାହାନ୍ତି ବୋଧହୁଏ ,କାରଣ ମୁଁ ଶେଷ ୨୦ ବର୍ଷରେ ପ୍ରାୟ ୧୦୦ରୁ ୧୫୦ଟି ବିବାହ ପ୍ରସ୍ତାବକୁ ମନା କରିଛି । ବର୍ତ୍ତମାନ ବାହାହେବାକୁ ପ୍ରସ୍ତୁତ ଅଛନ୍ତି । ଏହା ସହ ସେ କହିଛନ୍ତି ଲୋକେ ଭାବନ୍ତି ଯେ ମୁଁ ବାହା ନହୋଇ ଝିଅମାନଙ୍କୁ ନେଇ ସମୟ ବିତେଇବାକୁ ଚାହେଁ । ତେବେ ମୋର ଏତେ ସାହସ ନାହିଁ ଯେ ମୁଁ ମୋ ଭାଇକୁ ଓ ପରିବାରକୁ ଗାଲଫ୍ରେଣ୍ଡ ଦେଖେଇବି । ଆମ ଏଠି ଏମିତି ହୁଏ ନାହିଁ , ସମ୍ମାନ ଅଛି । ମୋ ଭାଇକୁ ଦଲେର ମେହନ୍ଦୀ କହିବାରୁ ମୁଁ ଏ ପ୍ରସ୍ତାବ ଦେଖିଲି । ବର୍ତ୍ତମାନ ମୋ ବୟସ ୪୪ , ବାହା ହେବା ପାଇଁ ଏହା ଶ୍ରେଷ୍ଠ ସମୟ । ମିକା କହିଛନ୍ତି ବାହା ହେବା ପାଇଁ ବୁଝିପାରୁ ଥିବା ଝିଅ ଦରକାର ଆଉ ମୁଁ ତାହା ହିଁ ଚାହୁଁଥିଲି ।

Get real time updates directly on you device, subscribe now.