fbpx

ଭାରତର ଗହମ ରପ୍ତାନୀ ଉପରେ ବ୍ୟାନ ପରେ ହାହାକାର, ଏମିତି କହିଲା ଜର୍ମାନୀ…

Advertisement

ଭାରତରେ ଦ୍ରୃତ ଭାବରେ ବଢ଼ୁଥିବା ଦରଦାମକୁ କଣ୍ଟ୍ରୋଲ କରିବା ଦିଗରେ ଗହମ ରପ୍ତାନୀକୁ ବନ୍ଦ କରିଦିଆଯାଇଛି । ଏନେଇ ଭାରତ ୧୩ ମେ ଶୁକ୍ରବାର ସୂଚନା ଜାରି କରିଥିଲା । ଆଉ ଏବେ ଭାରତର ଏହି ନିଷ୍ପତ୍ତି ପରେ ବିଶ୍ୱରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ପରେ ଜି ୭ ଦେଶ ଗୁଡ଼ିକ ଭାରତର ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି । ଜର୍ମାନୀ କୃଷି ମନ୍ତ୍ରୀ କେମ ଓଜଡେମିର କହିଛନ୍ତି ଯେ ଭାରତର ଏହି ପଦକ୍ଷେପ ଯୋଗୁଁ ବିଶ୍ୱରେ ଖାଦ୍ୟ ସଙ୍କଟ ବଢ଼ିବ ।

ପ୍ରକୃ୍ତରେ ଋଷ-ୟୁକ୍ରେନ ବିଶ୍ୱର ଦୁଇଟି ବଡ଼ ଖାଦ୍ୟଶସ୍ୟ ରପ୍ତାନୀକାରି ଦେଶ । କିନ୍ତୁ ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଚାଷ ହୋଇପାରିନାହିଁ ସେପଟେ ଅନେକ ଦେଶ ଋଷ ଉପରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇଛନ୍ତି, ଫଳରେ ବିଶ୍ୱରେ ବଡ଼ ଖାଦ୍ୟ ସଙ୍କଟ ଉତ୍ପନ୍ନ ହୋଇଛି । ବିଭିନ୍ନ ଦେଶରେ ଖାଦ୍ୟାଭାବ ଯୋଗୁଁ ଭାରତରୁ ଗହମ ଚାହିଦା ବଢ଼ିଛି । ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ଅଧିକାରୀ କହିଛନ୍ତି ଯେ ଗହମର ଅନିୟନ୍ତ୍ରିତ ରପ୍ତାନୀ କାରଣରୁ ଦାମ ବଢ଼ିଛି ଯାହାକୁ କଣ୍ଟ୍ରୋଲ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ପୂର୍ବରୁ ଜର୍ମାନ ଚାନ୍ସେଲର କହିଥିଲେ ଯେ ବିଶ୍ୱରେ ଖାଦ୍ୟାଭାବ ପାଇଁ ଋଷ ବିଶେଷ ଭାବରେ ଦାୟୀ । ଆଉ ଏବେ ଜର୍ମାନୀର କୃଷି ମନ୍ତ୍ରୀ ଭାରତର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକକୁ ନେଇ ଟିପ୍ପଣୀ କରି କହିଛନ୍ତି, ଯଦି ଏଭଳି ସମସ୍ତେ ରପ୍ତାନୀ ଉପରେ ପ୍ରତିବନ୍ଧକ କିମ୍ବା ବଜାର ବନ୍ଦ କରିବେ ତେବେ ସଙ୍କଟ ଆହୁରି ବଢ଼ିବ । ସେ ଆହୁରି କହିଛନ୍ତି ଯେ ଆମେ ଭାରତ ଠାରୁ ଜି ୨୦ ସମ୍ମିଳନୀ ସଦସ୍ୟ ଭାବରେ ଦାୟିତ୍ୱ ନିଭାଇବା ପାଇଁ ଆହ୍ୱାନ କରୁଛୁ । ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆସନ୍ତା ମାସରେ ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଉଠାଯିବ । ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଭାରତ ଏବଂ ନେପାଳ ଭଳି ଦେଶକୁ ଅଧିକ ପ୍ରଭାବିତ କରିବ ।

ସୂଚନାଯୋଗ୍ୟ, ଭାରତ ଗତ ଆର୍ଥିକ ବର୍ଷରେ ୭୦ ଲକ୍ଷ ଟନ ଗହମ ରପ୍ତାନୀ କରିଥିଲା ଯାହାକି ଗତ ବର୍ଷ ତୁଳନାରେ ୨୫୦ ଗୁଣା ଅଧିକ ।

Get real time updates directly on you device, subscribe now.