fbpx

ଗଣମାଧ୍ୟମରେ ଖବର ବାଜିବା ପରେ ଲାଗିଲା ଲାଇଟ୍; ପୁଣି ଆଗଭଳି ଝଲସିବ ଶ୍ରୀମନ୍ଦିର

ପୁରୀ: (ଓଡ଼ିଶା ଭାସ୍କର) ଲାଗିଲା ଲାଇଟ୍, ପୁଣି ଆଗଭଳି ଝଲସିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପହଞ୍ଚି ଅନୁଧ୍ୟାନ କଲେ । ନିଜେ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ଥିତି ଅନୁଧ୍ୟାନ କଲେ । ଯେଉଁ ସଂସ୍ଥା ଲାଇଟ କାଢ଼ି ଥିଲା, ସେହି ସଂସ୍ଥା ପୁଣି ଲାଇଟ ଲଗାଇଲା । ଲାଇଟ କଢ଼ାଯିବା ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଯାଇଥିଲା ଠିକା ସଂସ୍ଥା । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ୫୦୦ଟି ଫୋକସ ଲାଇଟକୁ କାଢ଼ିନେଇଥିଲା ସମ୍ପୃକ୍ତ ଠିକା ସଂସ୍ଥା ।

ଏହାକୁ ନେଇ ଭକ୍ତ ମହଲରେ ଦେଖାଦେଇଥିଲା ଅସନ୍ତୋଷ । ଏହା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପହଞ୍ଚି ଅନୁଧ୍ୟାନ କଲେ ଏବଂ ସବୁଠୁ ବଡ଼ ରୋଚକ କଥା ହେଉଛି ଯେଉଁ ସଂସ୍ଥା ଲାଇଟ କାଢ଼ି ଥିଲା, ସେହି ସଂସ୍ଥା ପୁଣି ଲାଇଟ ଆଣି ଖରା ସମୟରେ ଲଗାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.