Breaking: ଭିକେ ପାଣ୍ଡିଆନଙ୍କ ପରେ ଚାକିରି ଛାଡ଼ିଲେ ସ୍ତ୍ରୀ ସୁଜାତା ପାଣ୍ଡିଆନ !
ପ୍ରଥମେ ସ୍ୱାମୀ ଆଉ ଏବେ ସ୍ତ୍ରୀ। IAS ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ। ସରକାର ବଦଳିବା ପରେ ଏବେ ଚାକିରି ଛାଡି ଦେଇଛନ୍ତି ସ୍ତ୍ରୀ ସୁଜାତା ପାଣ୍ଡିଆନ! ଆଉ ସୁଜାତାଙ୍କ ଭିଆରଏସକୁ ମଧ୍ୟ କେନ୍ଦ୍ର ମଞ୍ଜୁରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଭୁବନେଶ୍ୱର: ଚାକିରି ଛାଡିଲେ ବହୁ ଚର୍ଚ୍ଚିତ IAS ଅଫିସର ସୁଜାତା ଆର କାର୍ତ୍ତିକେୟନ! ତେବେ ସେ ନିଜ କାମ ପାଇଁ ଯେତିକି ଚର୍ଚ୍ଚାରେ ନଥିଲେ ବରଂ ତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ପାଇଁ ସେତିକି ଚର୍ଚ୍ଚାର ଥିଲେ। ପ୍ରଥମେ ସ୍ୱାମୀ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଉ ଏବେ ସ୍ତ୍ରୀ ବି ଚାକିରି ଛାଡି ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସୁଜାତା ଆର କାର୍ତ୍ତିକେୟନ ଭିଆରଏସ ନେଇଥିବା ସୂଚନା ମିଳିଛି। ସୁଜାତାଙ୍କ ଭିଆରଏସକୁ ମଧ୍ୟ କେନ୍ଦ୍ର ମଞ୍ଜୁରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨୦୦୦ ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ଏନେଇ ଆଜି ପ୍ରକାଶ ପାଇପାରେ ବିଜ୍ଞପ୍ତି।
ଚାକିରି ଛାଡିଲେ ସୁଜାତା: ହଁ ସୁଜାତା ପାଣ୍ଡିଆନ ଏବଂ ଭିକେ ପାଣ୍ଡିଆନ। ଦୁହେଁ ବ୍ୟାଚମେଣ୍ଟ। ଆଉ ସାଙ୍ଗରେ ଚାକିରି ମଧ୍ୟ କରିଥିଲେ। ହେଲେ ରାଜନୀତିରେ ଯୋଗ ଦେବା ପାଇଁ ୨୦୨୪ ମସିହାରେ ଭିକେ ପାଣ୍ଡିଆନ IAS ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଉ ସେତେବେଳେ ସୁଜାତାଙ୍କୁ ମଧ୍ୟ ତତକାଳୀନ ସରକାର ବଡ଼ ଦାୟିତ୍ୱ ଦେଇଥିଲେ।
ଆଉ ସୁଜାତା ଥିଲେ ମିଶନ ଶକ୍ତିର ସଚିବ। ମିଶନ ଶକ୍ତି ଥିଲା ସୁଜାତାଙ୍କ ହାତରେ। ହେଲେ ସରକାର ବଦଳିବା ସହ ସବୁକିଛି ବଦଳିଗଲା। ଆଉ ସ୍ୱାମୀଙ୍କ ପରେ ପରେ ଏବେ ସ୍ତ୍ରୀ ସୁଜାତା ପାଣ୍ଡିଆନ ମଧ୍ୟ ଚାକିରି ଛାଡି ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି।
ଛୁଟି ମାଗିଥିଲେ: ତେବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ୬ମାସ ଛୁଟିରେ ଥିଲେ ସୁଜାତା ପାଣ୍ଡିଆନ। ୨୦୨୪ ନଭେମ୍ୱର ୨୬ ପର୍ଯ୍ୟନ୍ତ ଛୁଟିରେ ଥିଲେ। ହେଲେ ଛୁଟି ସରିବା ପରେ ପୁଣି ଆଉ ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା।
ହେଲେ ସରକାର ଛୁଟି ଆବେଦନକୁ ଖାରଜ କରିଥିଲେ। ଏବଂ କହିଥିଲେ ଆଉ ଛୁଟି ଦେଇ ହବ ନାହିଁ। ଖୁବଶୀଘ୍ର ଚାକିରିରେ ଯୋଗ ଦିଅ। ଆଉ ସୁଜିତା ମଧ୍ୟ ଚାକିରିରେ ଯୋଗ ଦେଇଥିଲେ।
ମିଶନ ଶକ୍ତି ଛଡ଼ାଇ ନେଇଥିଲେ ନୂଆ ସରକାର: ହେଲେ ଯେଉଁ ମିଶନ ଶକ୍ତି ସୁଜାତାଙ୍କ ହାତରେ ଥିଲା ବିଜେପି ସରକାର ଆସିବା ପରେ ତାଙ୍କ ପାଖରୁ ସେହି ବିଭାଗ ଛଡ଼ାଇ ନିଆଯାଇଥିଲା। ଆଉ ଓଡ଼ିଶା କ୍ୟାଡର IAS ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଥିଲା।
BJPର କେନ୍ଦ୍ରୀୟ ସ୍ତରୀୟ ଏକ ପ୍ରତିନିଧିମଣ୍ଡଳୀ ଭାରତର ନିର୍ବାଚନ କମିଶନ(ECI)ଙ୍କ ନିକଟରେ ଫେରାଦ ହେବା ପରେ, ମିଶନ ଶକ୍ତି ସଚିବରୁ ସୁଜାତାଙ୍କୁ ବଦଳି କରିଥିଲେ ନିର୍ବାଚନ ଆୟୋଗ। ଆଉ ତାଙ୍କୁ ଅର୍ଥ ଭଳି ପ୍ରମୁଖ ବିଭାଗରେ ନିଯୁକ୍ତି ଦେଇଥିଲେ। କିନ୍ତୁ ଏବେ ସେ ପୁରାପୁରି ଚାକିରି ହିଁ ଛାଡିଦେଲେ।