fbpx

ବଡ ଖବର! ୧୦%କୁ ବଢିଲା କରୋନା ସଂକ୍ରମଣ: ରାଜଧାନୀରେ ୨୦୦ ଉପରେ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଭାରତମୁହାଁ ହୋଇଛି କରୋନା ମାହାମାରୀ । ରାଜଧାନୀ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟକୁ କଡ ଲେଉଟାଇଛି ସଂକ୍ରମଣ । ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ରେକର୍ଡ ଅନୁସାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୦% ଅତିକ୍ରମ କରିଛି । ଯାହାକୁ ନେଇ ପୁଣିଥରେ ମହାମାରୀର ଭୟ ସମସ୍ତଙ୍କୁ ଘାରିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଂକ୍ରମଣ ପାଇଁ ଚିନ୍ତାରେ ପଡି ଯାଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଦାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ହାରରେ ଅଚାନକ ବୃଦ୍ଧି ରେକର୍ଡ ହୋଇଛି । ମଙ୍ଗଳବାର ଦିନ ଦିଲ୍ଲୀରୁ ମୋଟ ୨୧୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିପାଇଁ ସଂକ୍ରମଣ ହାର ବୃଦ୍ଧି ପାଇ ୧୧.୮୨%ରେ ପହଞ୍ଚିଛି । ଗତ ସେପ୍ଟେମ୍ବର ପରଠୁ ଗତକାଲି ପ୍ରଥମ ଥର ପାଇଁ ଦିଲ୍ଲୀରେ ଗୋଟିଏ ଦିନର ସଂକ୍ରମଣ ୨୦୦ ପାର କରିଛି । ତେବେ ସୋମବାର ଏଠାରେ ୭.୪୫ ହାରରେ ୧୧୫ଟି ନୂଆ ମାମଲା ସାମନାକୁ ଆସିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟ ପକ୍ଷରେ ମହାରାଷ୍ଟ୍ରରେ ମଧ୍ୟ କରୋନାର ପ୍ରକୋପ ବଢୁଥିବା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଛି । ସଂକ୍ରମଣ ବ୍ୟତୀତ ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଲୋକଙ୍କର ଏବଂ ପ୍ରଶାସନର ନିଦ ଉଡାଇ ଦେଇଛି । ୨୪ ଘଣ୍ୟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇତିବା ରେକର୍ଡ ହୋଇଛି । ସୋମବାର ରାଜ୍ୟରେ ମୋଟ ୨୦୫ ମାମଲା ସାମନାକୁ ଆସିଥିବା ବେଳେ ପରଦିନ ଏହି ସଂଖ୍ୟା ଦୁଇ ଗୁଣରୁ ଅଦିକ ରେକର୍ଡ କରିଛି ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.