fbpx

ପୁଣି ବଦଳିଲା ଆର୍ଯ୍ୟନ ଡ୍ରଗ୍ କେସର ମୋଡ଼: ୱାଙ୍ଖେଡେ ନିର୍ଦ୍ଦୋଷ, ସମସ୍ତ କାରନାମା ରଚିଛି ଅଭିଯୋଗକାରୀ ପ୍ରଭାକର

Advertisement

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ କେସର ମାମଲାକୁ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ୨୫ କୋଟି ଟଙ୍କାର ଲାଞ୍ଚ ମାମଲାର ଅଭିଯୋଗ ଏନସିବିର ଯାଞ୍ଚ ଅଧିକାରୀ ସମୀର ୱାଙ୍ଖେଡେଙ୍କ ନାମରେ ଆସିବା ପରେ ତାଙ୍କ ଉପରେ ଯାଞ୍ଚ ଆରମ୍ଭ ହୋଇଥିଲା । ତେବେ ସମୀରଙ୍କ ନିର୍ଦ୍ଦୋଷତା ନେଇ ଏକ ଭିଡିଓ ଜାରି ହୋଇଛି ।

ବିଜେପି ନେତା ମୋହିତ କମ୍ବୋଜ ଟ୍ୱିଟରରେ ଏକ ଭିଡିଓ ଶେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ସମୀରଙ୍କୁ ଏହି କେସରେ ଫସାଇଥିବା ପ୍ରଭାକର ସେଲ ନିଜେ ପଇସା ହଡ଼ପ କରି ଏହି କାରନାମା ରଚିଛି । କେପି ଗୋସାଭିଙ୍କଠାରୁ ପଇସା ନେଇ ପ୍ରଭାକର ଏପରି କରିଛି । ଏହି ଷଡ଼ଯନ୍ତ୍ର ପଛରେ ମିଆଁ ନବାବ ଓ ମନୋଜ ନାମକ ଦୁଇଜଣ ବ୍ୟକ୍ତି ସାମିଲ ରହିଛନ୍ତି । ରାମଜୀ ଗୁପ୍ତା ନାମକ ଜଣେ ବ୍ୟକ୍ତି ଏହି ଷ୍ଟିଙ୍ଗ ଅପରେସନର ଭିଡିଓ ସୁଟ୍ କରିଛନ୍ତି । ତେବେ ଏହି ଭିଡିଓ ପଛର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ ଯେ, ସମୀରଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପରେ ଏନସିବି ପକ୍ଷରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିବା କହିଥିଲେ ଏନସିବିର ଚିଫ୍ ଭିଜିଲାନ୍ସ ଅଫିସର ତଥା ଡିଡିଜି ଶ୍ରୀ ସିଂହ । ପୂର୍ବରୁ ଏହି ଅର୍ଥ ଲାଞ୍ଚ ମାମଲାକୁ ସମୀର ଅସ୍ୱୀକାର କରିବା ସହ ପରେ ଜବାବ ଦେବେ ବୋଲି କହିଥିଲେ ।

Get real time updates directly on you device, subscribe now.