fbpx

Video; ପୁଣି ସାମ୍ନାକୁ ଆସିଲା ଏମିତି ଦୃଶ୍ୟ, ତିନି ଦିନ ନଖାଇ ଆଧାରକାର୍ଡ଼ ଧରି ଏମିତି କରୁଛନ୍ତି ଗାଁ ଲୋକେ…

ଦେବଗଡ଼: (ଓଡ଼ିଶା ଭାସ୍କର) ସକାଳୁ ରାତି ପାଇଯାଉଛି ସେମିତି ବସିରହିଛନ୍ତି ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା। କିଏ ଚପଲ ପକାଇ ତଳେ ବସୁଛି ତ ପୁଣି କିଏ ଲମ୍ବା ଲାଇନରେ ଠିଆ ହୋଇଛି। ଏହାରି ଭିତରେ ଏମିତି ଦୃଶ୍ୟ ବି ସାମ୍ନାକୁ ଆସିଛି ଆଧାରକାର୍ଡ ଧରି ଗେଟ୍ ଖୋଲୁ ଖୋଲୁ ଭିତରକୁ ଠେଲା ପେଲା ହୋଇ ଦଳା ଚକଟା ହୋଇ ପଶୁଛନ୍ତି। ଏଭଳି ଘଟଣା ଘଟିଥିବାରୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। କେହି କାହାକୁ ମାନୁନାହାଁନ୍ତୁ ସଭୁଦ୍ର ଟଙ୍କା ନେବା ପାଇଁ ଏଭଳି ଭିଡ଼ ଲାଗିରହିଛି। ଏହାରି ଭିତରେ ପୁଣି ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଉଛି। ଦିନେ କି ଦୁଇ ଦିନ ନୁହେଁ ୩ ତିନି କାଳ ନଖାଇ ନପିଇ ବସିରହିଛନ୍ତି ଆଧାର କାର୍ଡ ଧରି।

ଆଧାର କାର୍ଡ ଏବେ ଲୋକଙ୍କ ଆଖିରେ ଭରିଦେଇଛି ଲୁହ। ଆଜି ସକାଳୁ ସକାଳୁ ପୁଣି ଲାଗିଛି ଲମ୍ବା ଲାଇନ୍‌। ରାତିରୁ ଆସି ଠିଆ ହୋଇଛନ୍ତି ଆସି ସନ୍ଧ୍ୟା ହୋଇଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଆଧାରକାର୍ଡ଼ ଲିଙ୍କ୍ ହୋଇପାରୁନି। ‘ସୁଭଦ୍ରା’ ଯୋଜନା ଆବେଦନ ପାଇଁ ମହିଳାଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି । ଦେଖିବାକୁ ମିଳିଛି ଦେବଗଡ଼ରେ ଡ଼ାକଘର ଆଧାରକାର୍ଡ ସେବକେନ୍ଦ୍ର ଓ ବ୍ୟାଙ୍କ ଗୁଡିକରେରେ ସକାଳ ୬ଟାରୁ ଲାଗିଛି ଲମ୍ବା ଲାଇନ। ଦେବଗଡ଼ ମୁଖ୍ୟ ଡାକଘରରେ ଆଧାରକାର୍ଡ ଅପଡେଟ୍ ପାଇଁ ମହିଳାଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।

ଡାକଘର ଦିନ ୧୦ ଟାରେ ଖୋଲୁଥିବା ବେଳେ ସକାଳ ୬ ଟାରୁ ମହିଳା ମାନେ ଲମ୍ବା ଲାଇନରେ ରହୁଛନ୍ତି । ଗତ ସୋମବାର ଠାରୁ ଆଧାରକାର୍ଡ ଅପଡେଟ ଆରମ୍ଭ ହୋଇଥିବା ବେଳେ ୩ ଦିନ ଭିତରେ ପ୍ରାୟ ୧୨ ଶହରୁ ଅଧିକ ଆଧାରକାର୍ଡ ଅପଡେଟ ହୋଇସାରିଥିବା ସୂଚନା ମିଳିଛି। ପ୍ରତେକ ଦିନ ଆଧାର ସଂଶୋଧନ ପାଇଁ ୩୦ଟି ଟିକେଟ ନମ୍ବର ଦିଆଯାଉଛି । ଦୁରଦୂରାନ୍ତରୁ ଆସିଥିବା ମହିଳା ମାନେ ଆଧାରକାର୍ଡ ଅପଡେଟ୍ ନହୋଇପାରିଲେ ଘରକୁ ଫେରିଯାଉଛନ୍ତି। ଭିଡ ହେବାରୁ ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଉଛି ।

Get real time updates directly on you device, subscribe now.