fbpx

ଓଡ଼ିଶାର ଏହି ସ୍ଥାନରେ ଆରମ୍ଭ ହେବ ଅଗ୍ନିପଥ ସେନା ନିଯୁକ୍ତି, ଜାଣନ୍ତୁ କିପରି କରିବେ ଯୋଗାଯୋଗ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ୧୦ଟି ଉପକୂଳ ଜିଲ୍ଲାରେ ଅଗ୍ନିପଥ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ସେହି ଜିଲ୍ଲାଗୁଡ଼ିକ ହେଉଛି କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ । ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କ ପାଇଁ ବାଲେଶ୍ୱର ରିଜର୍ଭ ପୁଲିସ ଲାଇନ୍‍ ପଡ଼ିଆ ଠାରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ ।

ଅନଲାଇନ ସାଧାରଣ ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଏହି ନିଯୁକ୍ତି ମେଳାରେ ଭାଗ ନେଇ ନିଜର ଶାରୀରିକ ସ୍ୱାସ୍ଥ୍ୟ ପରୀକ୍ଷଣ ଏବଂ ମେଡିକାଲ ପରୀକ୍ଷଣ କରାଇପାରିବେ । ଅନଲାଇନ୍‍ ସାଧାରଣ ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ପଞ୍ଜୀକୃତ ଇ-ମେଲ୍‍ ଜରିଆରେ ଆଡମିଟ୍‍ କାର୍ଡ ପଠାଇ ଦିଆଯାଇଛି ।

ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍‍ www.joinindianarmy.nic.in କୁ ଲଗଇନ୍‍ କରି ନିଜର ଆଡମିଟ୍‍ କାର୍ଡ ଡାଉନଲୋଡ୍‍ କରିପାରିବେ । ଏ ସଂକ୍ରାନ୍ତୀୟ କୌଣସି ଅନୁସନ୍ଧାନ ପାଇଁ ପ୍ରାର୍ଥୀମାନେ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ କଟକର ଟେଲିଫୋନ୍‍ ନମ୍ବର– ୦୬୧୭-୨୩୦୫୨୮୦ ସହ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.