fbpx

IPL-2022 ପାଇଁ ଘୋଷଣା ହେଲା ଦୁଇଟି ନୂଆ ଟିମ୍, ଜାଣନ୍ତୁ କଟକ ରହିଲା କି ବାଦ୍ ପଡ଼ିଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୨ ଆଇପିଏଲ ପାଇଁ ଦୁଇଟି ନୂଆ ଟିମକୁ ସ୍ଥାନ ମିଳିଛି । ଦୁବାଇଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଦୁଇଟି ନୂଆ ଟିମ୍ ପାଇଁ ମୋଟ ୬ଟି ସହରକୁ ବଛାଯାଇଥିଲା । ତେବେ ଇନ୍ଦୋର, ଗୁଆହାଣୀ, ପୁଣେ, ଧର୍ମଶାଳା, କଟକର ଆଶା ମଉଳି ଯାଇଥିବା ବେଳେ ବାଜି ମାରିଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ କଟକ ଦଳକୁ କିଣିବାକୁ ଆଶାୟୀ ଥିଲେ । ତେବେ କଟକ ତୃତୀୟ ଥର ପାଇଁ ଚୟନ ହୋଇଥିଲେ ହେଁ ଏଥିରୁ ବାଦ୍ ପଡ଼ିଛି ।

ତେବେ ଆଇପିଏଲର ନୂଆ ଦଳ ବିଡ୍ ପ୍ରକ୍ରିୟାରେ ଅନେକ ବଡ଼ ବଡ଼ କମ୍ପାନୀ ସାମିଲ ହୋଇଥିଲେ । ଅଦାନି ଗ୍ରୁପ, ହିନ୍ଦୁସ୍ତାନ ଟାଇମ୍ସ ମିଡ଼ିଆ, ଅରବିନ୍ଦ ଫର୍ମା, ଟରେଣ୍ଟ ଫାର୍ମା, ଲାନ୍ସର କ୍ୟାପିଟାଲ ଆଦି ସଂସ୍ଥାମାନେ ସର୍ବାଧିକ ବିଡ୍ ଦାଖଲ କରିଥିଲେ । ମାତ୍ର ସଞ୍ଜୀବ ଗୋଏଙ୍କା ଓ ସିଭିସି ଶେଷରେ ବାଜି ମାରିନେଇଥିଲେ । ସିଭିସି କ୍ୟାପିଟାଲ ଅହମ୍ମଦାବାଦ ଦଳକୁ ଓ ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ଲକ୍ଷ୍ନୌ ଦଳକୁ କିଣିବାରେ ସକ୍ଷମ ହୋଇଛି । ୯ଟି ସଂସ୍ଥାର ପ୍ରତିନିଧିଙ୍କ ଉପସ୍ଥିତିରେ ବିଡ ପେପରକୁ ଦୁଇଟି ଲଫାପାରେ ଗ୍ରହଣ କରାଯାଇଥିଲା । ପ୍ରଥମ ଲଫାପାରେ ଆବେଦନକାରୀଙ୍କ ସମ୍ପତ୍ତି ମୂଲ୍ୟ, ବ୍ୟକ୍ତିଗତ ଆର୍ଥିକ ବିବରଣୀ ଓ ଦ୍ୱିତୀୟ ଲଫାପାରେ ଆଇପିଏଲ ଦଳ ସଂକ୍ରାନ୍ତୀୟ ତଥ୍ୟ ରହିଥିଲା । ଗଭର୍ଣ୍ଣିଂ କାଉନସିଲ ସଦସ୍ୟ, ବିସିସିଆଇ ସଭାପତି ସୌଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ, ଉପସଭାପତି ରାଜୀବ ଶୁକ୍ଲାଙ୍କ ଉପସ୍ଥିତିରେ ବିଡ ପେପରକୁ ଯାଞ୍ଚ କରାଯାଇଥିଲା । ତେବେ ବିଡରମାନେ ସେମାନଙ୍କ ଦ୍ୱିତୀୟ ବିକଳ୍ପ ଭାବେ କେଉଁ ସହରକୁ ଚୟନ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.