fbpx

ଜାଣନ୍ତୁ କେବେଠୁ ଏମ୍ସରେ ମିଳିବ ଇକମୋ ଚିକିତ୍ସା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ହସ୍ପିଟାଲ ଭାବରେ ଇକମୋ ଚିକତ୍ସା ପ୍ରଦାନ କରିବାକୁ ଯାଉଛି ଏମ୍ସ । ଗୁରୁବାର ଠାରୁ ଏମ୍ସରେ ଇକମୋ ଚିକିତ୍ସା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଭୁବନେଶ୍ୱର ଏମ୍ସର ନବମ ପ୍ରତିଷ୍ଠା ଦିବସରେ ଏହି ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡିଛି । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲରେ ଏମ୍ସରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, କରୋନାରେ ଗୁରୁତର ଭାବରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଇକମୋ ମେସିନର ଉପଯୋଗ କରାଯାଇଥାଏ । ଏହି ଜୀବନରକ୍ଷାକାରୀ ମେସିନ ନଷ୍ଟ ହୋଇଥିବା ଫୁସଫୁସର ବିକଳ୍ପ ଭାବରେ କାମ କରିଥାଏ ।

Get real time updates directly on you device, subscribe now.