fbpx

ଉଡାଣ ଭରିବା ପୂର୍ବରୁ ଦୁଇ ମହିଳାଙ୍କୁ ଓହ୍ଲାଇଲା ଏୟାର କାନାଡା : ସୋସିଆଲ ମିଡିଆରେ ସେୟାର କଲେ ମହିଳା

ନୂଆଦିଲ୍ଲୀ : ଟେକଅଫ ପୂର୍ବରୁ ଏୟାର କାନାଡା ବିମାନରୁ ଦୁଇ ମହିଳାଙ୍କୁ ଓହ୍ଲାଇଥିଲା । ଏନେଇ ବିମାନରୁ ଓହ୍ଲାଇଥିବା ଦୁଇ ମହିଳା ସମସ୍ତ ଘଟଣାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକି ଏବେ ଜୋରସୋରରେ ଭଅଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଦୁଇ ଜଣ ମହିଳା ଲାସ ଭେଗାସରୁ ଏୟାର କାନାଡାରେ ଟିକଟ ବୁକ କରିଥିଲେ । ସେମାନେ ବିମାନରେ ପହଞ୍ଚି ନିଜ ସିଟରେ ବସିବାକୁ ଯାଇଥିଲେ । କିନ୍ତୁ ସେଠାରେ ସେମାନେ ବୁକ ହୋଇଥିବା ସିଟରୁ ଦୁର୍ଗନ୍ଧ ଆସୁଥିବାର ଅନୁଭବ କରିଥିଲେ । ଏହାପରେ ସେମାନେ ଦେଖିଲ ଯେ, ସିଟର ତଳେ ପୂର୍ବରୁ କିଏ ଜଣେ ବାନ୍ତି କରି ଦେଇଛି । ଯାହାଫଳରେ କି ଦୁର୍ଗନ୍ଧ ହେଉଛି । ଏହାପରେ ଯାତ୍ରୀ ଜଣକ ଏୟାରଲାଇନ୍ସ କ୍ରୁ ମେମ୍ବରକୁ ଏହି ସବୁ ଘଟଣା ବିଷୟରେ କହିଥିଲେ । କିନ୍ତୁ ଏୟାରଲାଇନ୍ସ କର୍ମଚାରୀ ଦୁର୍ଗନ୍ଧ ଅଟକାଇବା ପାଇଁ କେବଳ ସିଟ ଉପରେ କିଛି ପେପର ପକାଇବା ସହିତ ପରଫ୍ୟୁମ ପକାଇଦେଲେ । ଏହା ବ୍ୟତୀତ କୌଣସି ପ୍ରକାର ସଫାସୁତୁରା କରିନଥିଲେ ।

ଏୟାରଲାଇନ୍ସ କର୍ମଚାରୀ ଦୁର୍ଗନ୍ଧ ଅଟକାଇବା ପାଇଁ ସିଟ ଉପରେ ପେପର ପକାଇବା ସହିତ ପରଫ୍ୟୁମ ପକାଇବା ପରେ ମଧ୍ୟ ସେଠାରୁ ଦୁର୍ଗନ୍ଧ ଆସୁଥିଲା । ପୁଣି ଯାତ୍ରୀମାନେ ଏହି ଘଟଣା ନେଇ ଫ୍ଲାଇଟ ଆଟେଣ୍ଡାଣ୍ଡକୁ ଜଣାଇଥିଲେ । ଆଟେଣ୍ଡାଣ୍ଡ ସେ ସବୁକୁ ସଫାସୁତୁରା କରିବା ବଦଳରେ ଓଲଟା ଯୁକ୍ତିତର୍କ କରିଥିଲେ । ବିମାନ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହୋଇଗଲାଣି ଆଉ କିଛି କରି ହେବନି ବୋଲି କହି ଦୁଇ ମହିଳା ଯାତ୍ରୀଙ୍କୁ ବିମାନର ଓହ୍ଲାଇ ଦେଇଥିଲେ ।

ଏହି ଘଟଣା ମହିଳା ଜଣକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହିତ ସେ ଏୟାର କାନାଡାକୁ ଗାଳି କରିଛନ୍ତି । ଆଉ ନିଜକୁ କାନାଡାର ନାଗାରିକ କହିବାକୁ ଘୃଣା ଲାଗୁଛି ବୋଲି ମଧ୍ୟ କହିଛନ୍ତି ।

https://m.facebook.com/susan.benson.7739?eav=AfaJPzHzY-vVUG1ZoImAKIfMIOAMy0tvY_KTGk0AqhCXIjfEPf3mppGil6qBw8tzA6I&paipv=0#

Get real time updates directly on you device, subscribe now.