8ଟି ବିମାନ ଉଡ଼ାଣ ବାତିଲ କଲା Air India; ରକ୍ଷଣାବେକ୍ଷଣ, ଯାଞ୍ଚ ପାଇଁ ଉଡ଼ାଣ ବାତିଲ
ପୁଣି ବାତିଲ ହେଲା ଏୟାର ଇଣ୍ଡିଆ ବିମାନ ଉଡ଼ାଣ । 8ଟି ବିମାନର ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ। ରକ୍ଷଣାବେକ୍ଷଣ ଓ ଯାଞ୍ଚ ପାଇଁ ଉଡ଼ାଣ ବାତିଲ ହୋଇଥିବା ସୂଚନା ମିଳିଛି ।
ନୂଆଦିଲ୍ଲୀ: ପୁଣି ବାତିଲ ହେଲା ଏୟାର ଇଣ୍ଡିଆ ବିମାନ ଉଡ଼ାଣ । 8ଟି ବିମାନର ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ। ରକ୍ଷଣାବେକ୍ଷଣ ଓ ଯାଞ୍ଚ ପାଇଁ ଉଡ଼ାଣ ବାତିଲ ହୋଇଥିବା ସୂଚନା ମିଳିଛି ।
ଆଜି ଏୟାର ଇଣ୍ଡିଆ, ତାର 4 ଟି ଅନ୍ତର୍ଜାତୀୟ ଏବଂ 4ଟି ଘରୋଇ ବିମାନ ଉଡ଼ାଣ ବାତିଲ କରିଥିବା ସୂଚନା ଦେଇଛି । ଏଥିରେ ଦୁବାଇରୁ ହାଇଦ୍ରାବାଦ ଏବଂ ଚେନ୍ନାଇ ସମେତ ଅନେକ ବିମାନ ସାମିଲ ଅଛି । ଫଳରେ ଏହି ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ୁଛି ।
ଶୁକ୍ରବାର ଏୟାର ଇଣ୍ଡିଆ, ଦୁବାଇରୁ ଚେନ୍ନାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ AI906, ଦିଲ୍ଲୀରୁ ମେଲବର୍ଣ୍ଣ AI308, ମେଲବର୍ଣ୍ଣରୁ ଦିଲ୍ଲୀ AI309, ଦୁବାଇରୁ ହାଇଦ୍ରାବାଦ AI2204, ପୁଣେରୁ ଦିଲ୍ଲୀ ଘରୋଇ ଉଡ଼ାଣ AI874, ଅହମ୍ମଦାବାଦରୁ ଦିଲ୍ଲୀ AI456, ହାଇଦ୍ରାବାଦରୁ ମୁମ୍ବାଇ AI2872 ଏବଂ ଚେନ୍ନାଇରୁ ମୁମ୍ବାଇ AI571 ଉଡ଼ାଣ ବାତିଲ କରିଛି ।