fbpx

କେତେ ଟଙ୍କାରେ ମିଳିବ Airtel 5G Plan? କମ୍ପାନୀ ତରଫରୁ ମିଳିଲା ନୂଆ ଅପଡେଟ

ସ୍ପେକ୍ଟ୍ରମ ନିଲାମ ପରେ ଏବେ ଖୁବ ଶୀଘ୍ର ଭାରତର ମାର୍କେଟକୁ ଆସିବ 5G ସେବା । ଜିଓ ଏବଂ ଏୟାରଟେଲ ମଧ୍ୟରେ ଏହି ସେବାକୁ ନେଇ କଡା ଟକ୍କର ଦେଖିବାକୁ ମିଳିଛି । ଉଭୟ କମ୍ପାନୀ ତରଫରୁ ଲଞ୍ଚିଙ୍ଗ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଲାଣି । ସେପଟେ ଚଳିତ ମାସରେ ହିଁ ୫ଜି ରୋଲଆଉଟ କରିବା ପାଇଁ ଘୋଷଣା କରିସାରିଛନ୍ତି ଜିଓ ଏବଂ ଏୟାରଟେଲ ।

ତେବେ ଲଞ୍ଚିଙ୍ଗ ଡେଟ ଏପର୍ଯ୍ୟନ୍ତ ସାମନାକୁ ଆସି ନଥିବା ବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ନୂଆ ଅପଡେଟ ଦେଇଛି ଏୟାରଟେଲ । କମ୍ପାନୀର ଭାଇସ ଚେୟାରମ୍ୟାନ ଅଖିଲ ଗୁପ୍ତା ଏୟାରଟେଲର ୪ଜି ପ୍ଲାନ ବିଷୟରେ ସୂଚନା ଦେଇଛନ୍ତି । ପ୍ଲାନର ଦାମ୍ କେତେ ରହିବ ସେ ନେଇ କିଛି ସ୍ପଷ୍ଟ କହି ନାହାନ୍ତି ଅଖିଲ, କିନ୍ତୁ ଏହାକୁ ନେଇ ଦେଇଛନ୍ତି ଏକ ବଡ ସଂକେତ । ଏୟାରଟେଲ ଗ୍ରାହକମାନଙ୍କ ଉପରେ ୫ଜି ପାଇଁ ପ୍ରିମିୟମ ଚାର୍ଜ ନ ନେଇପାରେ । କିନ୍ତୁ ଏହି ସର୍ଭିସକୁ ଅଧିକ ମୂଲ୍ୟର ତାରିଫ ପ୍ଲାନ ସହିତ ଦିଆଯିବ ।

କମ୍ପାନୀ ପ୍ରଥମରେ ୫ଜି ସର୍ଭିସ କେବଳ ଉଚ୍ଚା ଦାମରେ ହିଁ ଲଞ୍ଚ କରିବ । ଏହିପରି ଭାବରେ ଏୟାରଟେଲ ସହଜରେ ARPU (Average Revenue Per User) ଟାର୍ଗେଟ ହାସଲ କରିପାରେ । ଦରବୃଦ୍ଧି ଏବଂ ୫ଜି ପ୍ଲାନ ସହିତ କମ୍ପାନୀର ARPU ଅତି ସହଜରେ ୨୦୦ ଟଙ୍କା ଅତିକ୍ରମ କରିପାରିବ । ଗତବର୍ଷ ମୂଲ୍ୟବୃଦ୍ଧି କରିବା ପରେ ଏହା ୨୦-୨୫ ପ୍ରତିଶତ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.