Airtel ର ନୂଆ ପ୍ଲାନ, ଶସ୍ତା ରିଚାର୍ଜରେ ଆକ୍ଟିଭ ରହିବ ପୂରା ମାସ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍, ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି । ଯାହା ଖୁବ୍ କମ୍ ଦାମ୍ ରେ ଉପଲବ୍ଧ । ଏହି ସେହି ଗ୍ରାହକଙ୍କ ପାଇଁ ଏକ ଭଲ ଅପ୍ସନ ହେବ ଯେଉଁମାନେ କମ୍ ଦାମରେ ପୂରା ମାସ ନିଜ ଫୋନକୁ ଆକ୍ଟିଭ ରିଖିବାକୁ ଚାହୁଛନ୍ତି । ଅବଶ୍ୟ, କମ୍ପାନୀ ପ୍ରଥମରୁ ହିଁ ୯୯ ଟଙ୍କାର ଏକ ପ୍ଲାନ ଅଫର କରୁଛି । ଯାହା ୨୮ ଦିନର ବୈଧତା ସହ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏୟାରଟେଲର ନୂଆ ପ୍ଲାନରେ ୟୁଜର୍ସଙ୍କୁ କ’ଣ ନୂଆ ମିଳିବ ।

ଏୟାରଟେଲ ର ୧୦୯ ଏବଂ ୧୧୧ ପ୍ରିପେଡ ପ୍ଲାନ୍:

ଏହି ଦୁଇ ଏୟାରଟେଲ ପ୍ଳାନ ପ୍ରାୟ ଏକାଭଳି ଅଫର ଦେଉଛନ୍ତି । ଏହି ଦୁଇ ପ୍ଲାନରେ ୟୁଜର୍ସଙ୍କୁ ୨୦୦ ଏମସି ଡାଟା ଏବଂ ୯୯ ଟଙ୍କାର ବାଲାନ୍ସ ମିଳିଥାଏ । ଏହିପ୍ଲାନରେ ଗ୍ରାହକ ୧ ଟଙ୍କା ଦରରେ ଲୋକାଲ ଏସଏମଏସ ଏବଂ ୧.୫ ଟଙ୍କା ଦରରେ ଏସଟିଡି ଏସଏମଏସ କରିପାରିବେ । ଏହା ସହ ଗ୍ରାହକଙ୍କୁ କଲ୍ ପାଇଁ ୨.୫ ଟଙ୍କା ପ୍ରତି ସେକେଣ୍ଡ ରେଟ୍ ହିସାବରେ ଏହି ସୁବିଧା ମଳିଥାଏ । ଏବେ ଆପଣ ଭାବୁଥିବେ ଏହି ଦୁଇ ପ୍ଲାନରେ ଅନ୍ତର କ’ଣ? ତେବେ ଏହି ଦୁଇ ପ୍ଲାନରେ ଅନ୍ତର ହେଉଛି କେବଳ ଭାଲିଡିଟି । ୧୦୯ ପ୍ଲାନରେ ୩୦ ଦିନର ଭାଲିଡିଟି ମିଳୁଥିବାବେଳେ । ୧୧୧ ଟଙ୍କା ପ୍ଲାନରେ ପୂରା ଗୋଟିଏ ମାସର ଭାଲିଡିଟି ମଳିଥାଏ, ଅର୍ଥାତ୍ ଯଦି ଆପଣ ଯେଉଁ ତାରିଖରେ ୧୧୧ ଟଙ୍କା ରିଚାର୍ଜ କରିଥିବେ ଆଗାମୀ ମାସ ସେହି ତାରିଖ ଯାଏଁ ପ୍ୟାକ୍ ଆକ୍ଟିଭ ରହିବ ।