Airtelର କୋଟି କୋଟି ୟୁଜର୍ସଙ୍କ ପାଇଁ ଖୁସି ଖବର, ବର୍ଷକ ଯାକ ମାଗଣାରେ ମିଳିବ ପ୍ରିମିୟମ AI ସର୍ଭିସ

ଏୟାରଟେଲର ୩୬ କୋଟି ୟୁଜର୍ସଙ୍କ ପାଇଁ ଖୁସି ଖବର, ମଗଣାରେ ମିଳିବ ଏଆଇ ସର୍ଭିସ

ନୂଆଦିଲ୍ଲୀ: ଏୟାରଟେଲ ଏଆଇ ଟୁଲର ଷ୍ଟାର୍ଟ ଅପ କମ୍ପାନୀ Perplexity ସହ ଡିଲ୍ କରିଛି। ଏହାର ଫାଇଦା ଭାରତୀ ଏୟାରଟେଲର ୩୬ କୋଟି ୟୁଜର୍ସଙ୍କୁ ମିଳିବ।

କମ୍ପାନୀ ନିଜ ୟୁଜର୍ସଙ୍କୁ ବର୍ଷ ସାରା ପାଇଁ Perplexity Proର ଫ୍ରୀ ସବସ୍କ୍ରିପ୍ସନ ଦେବ। ଏହି ସର୍ଭିସ ଏୟାରଟେଲର ସମସ୍ତ ୟୁଜର୍ସଙ୍କୁ ମିଳିବାକୁ ଯାଉଛି। ୟୁଜର୍ସ Perplexity AIରେ ମିଳୁଥିବା ପ୍ରତି ସର୍ଭିସକୁ ଫ୍ରୀରେ ବ୍ୟବହାର କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଚାର୍ଜ ପଡ଼ିବନାହିଁ।

Perplexity AI ମଧ୍ୟ ChatGPT ଏବଂ Google Gemini ଭଳି ଏକ ଜେନେରେଟିଭ ଏଆଇ ଟୁଲ୍‌। ଏହା ଗୁଗଲ ସର୍ଚ୍ଚ ତୁଳନାରେ ଆଡଭାନ୍ସ। ଏହି ଟୁଲ ମାଧ୍ୟମରେ ଆପଣ ଯେକୌଣସି ପ୍ରଶ୍ନର ସଠିକ ଏବଂ ଗଭୀର ଭାବେ ରିସର୍ଚ୍ଚ କରାଯାଇଥିବା ଉତ୍ତର ପାଇବେ।

ଏହି ଟୁଲ ମଣିଷ ଭଳି ବୁଝିଥାଏ ଏବଂ ଆପଣଙ୍କୁ ଯେକୌଣସି ପ୍ରଶ୍ନର ଲିଙ୍କ ଦେଖାଇବା ବଦଳରେ ଏହା ବିଷୟରେ ଉପଲବ୍ଧ ଫ୍ୟାକ୍ଟସ ଏବଂ ସଠିକ୍ ସୂଚନା ମଧ୍ୟ ମିଳିଥାଏ।

ଏୟାରଟେଲ ୟୁଜର୍ସଙ୍କୁ ଏହି ସର୍ଭିସ ବର୍ଷ ସାରା ପାଇଁ ବିଲକୁଲ ଫ୍ରୀରେ ମିଳିବ। ଏୟାରଟେଲ ମୋବାଇଲ ୟୁଜର୍ସଙ୍କ ବ୍ୟାତୀତ କମ୍ପାନୀର WiFi ଏବଂ DTH ୟୁଜର୍ସଙ୍କୁ ମଧ୍ୟ ଏହି ପ୍ରିମିୟମ ସର୍ଭିସ ମାଗଣାରେ ମିଳିବ।

ୟୁଜର୍ସ ନିଜ ରେଜିଷ୍ଟର୍ଡ ଏୟାରଟେଲ ନମ୍ବର ମାଧ୍ୟମରେ ଏହି ସର୍ଭିସର ଲାଭ ଉଠାଇପାରିବେ। Perplexity Aର ଆପ୍ ବା ୱେବସାଇଟରେ ଏୟାରଟେଲ ନମ୍ବରର ବ୍ୟବହାର କରି ତାହା ଏହାର ବାର୍ଷିକ ଫ୍ରୀ ସବସ୍କ୍ରିପ୍ସନକୁ ଆକ୍ଟିଭେଟ କରିପାରେ।