ଏୟାରଟେଲ ଆଣିଲା ଜବରଦସ୍ତ ୧୯୫ ଟଙ୍କିଆ ନୂଆ ପ୍ଲାନ, ଥରେ ରିଚାର୍ଜ କଲେ ମିଳିବ ୯୦ ଦିନର Validity
ଏୟାରଟେଲର ଜବରଦସ୍ତ ପ୍ଲାନ, ଥରେ ରିଚାର୍ଜ କଲେ ମିଳିବ ୯୦ ଦିନର ଭ୍ୟାଲିଡିଟି
ନୂଆଦିଲ୍ଲୀ: ଏୟାରଟେଲ ୧୯୫ ଟଙ୍କିଆ ନୂଆ ପ୍ଲାନ ଲଞ୍ଚ କରିଛି। ଏୟାରଟେଲର ଏହି ପ୍ଲାନ ୯୦ ଦିନର ଭ୍ୟାଲିଡିଟି ସହ ଆସିଥାଏ। ଏହି ପ୍ଲାନରେ ୟୁଜର୍ସଙ୍କୁ ୧୫ଜିବି ହାଇ ସ୍ପିଡ ଡାଟା ସହ ଲାଭ ମିଳିଥାଏ।
କମ୍ପାନୀ ଏହାକୁ ଏକ ଡାଟା-ଅନ ପ୍ଲାନ ଭାବେ ଜାରି କରିଛି। ଏୟାରଟେଲର ଏହି ପ୍ଲାନରେ ୟୁଜର୍ସଙ୍କୁ କଲିଂ ବେନିଫିଟସ୍ ମିଳିବ ନାହିଁ। ଏୟାରଟେଲର ଏହି ପ୍ଲାନରେ ୟୁଜର୍ସଙ୍କୁ ୩ ମାସ ପାଇଁ ଜିଓ ହଟଷ୍ଟାରର ସବସ୍କ୍ରିପ୍ସନ ଅଫର କରାଯାଉଛି।
ଏଥିରେ ଜିଓ ହଟଷ୍ଟାରର ମୋବାଇଲ ଏଡିସନ ପ୍ଲାନ ମିଳିବ, ଏଥିରେ ଆପଣ ଲାଟେଷ୍ଟ ୱେବସିରିଜ, ମୁଭିଜ ଏବଂ ସ୍ପୋର୍ଟସ ଇଭେଣ୍ଟସ ଆକ୍ସେସ କରିପାରିବେ।
ଏୟାରଟେଲ ଏହା ବ୍ୟତୀତ ୧୯୯ ଟଙ୍କିଆ ଆଉ ଏକ ଶସ୍ତା ପ୍ଲାନ ଅଫର କରୁଛି। ଏୟାରଟେଲର ଏହି ପ୍ଲାନରେ ୨୮ ଦିନିଆ ଭ୍ୟାଲିଡିଟି, ଅନଲିମିଟେଡ କଲିଂ, ୨ଜିବି ଡାଟା ଭଳି ବେନିଫିଟ୍ସ ମିଳିବ।