ଏୟାରଟେଲ, ଭୋଡାଫୋନ ଏବଂ TATAକୁ ବଡ଼ ଝଟକା, AGRରେ ଆଶ୍ୱସ୍ତି ଦେଲେନି ସୁପ୍ରିମକୋର୍ଟ
ଏଜିଆରରେ ଟେଲିକମ କମ୍ପାନୀକୁ ମିଳିବନି କୌଣସି ଆଶ୍ୱସ୍ତି
ନୂଆଦିଲ୍ଲୀ: ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟାକୁ ସୁପ୍ରିମକୋର୍ଟଙ୍କଠାରୁ ଏକ ଶକ୍ତ ଝଟକା ଲାଗିଛି। ସୋମବାର ଦିନ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ଏଜିଆର ମାମଲାରେ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି।
ଏହି କମ୍ପାନୀଗୁଡ଼ିକର ବାକି ଥିବା ସୁଧ, ପେନାଲ୍ଟି ଏବଂ ପେନାଲ୍ଟିର ସୁଧକୁ ଚାଡ଼ କରିବାର ଦାବି କରିଥିଲେ। ସୁପ୍ରିମକୋର୍ଟ ଏହି ପିଟିସନଗୁଡ଼ିକୁ ଭୁଲ ବୋଲି କହି ଖାରଜ କରିଦେଇଛନ୍ତି। ବିଚାରପତି ଜେବି ପାରଦୀୱାଲାଙ୍କ ପୀଠ ଏହି ପିଟିସନକୁ ଆଶ୍ଚର୍ଯ୍ୟକର କହିବା ସହ ଏହାକୁ ଭୁଲ୍ ବୋଲି ମାନିଛନ୍ତି।
ଆର୍ଥିକ ସଂକଟର ସମ୍ମୁଖୀନ ହେଇଥିବା ଭୋଡାଫୋନ ଆଇଡିଆ ଏକ ଆବେଦନ ଦାଖଲ କରିବା ଗୋଟିଏ ଦିନପରେ ଏହି ନିଷ୍ପତ୍ତି ନିଆଯାଇଛି। କମ୍ପାନୀ ଏଜିଆର ବାକିରେ ୪୫ ହଜାର ୪୫୭ କୋଟି ଟଙ୍କାର ରିହାତି ପାଇଁ ଅନୁରୋଧ କରିଥିଲା।
ଆର୍ଥିକ ସଂକଟ ପରିସ୍ଥିତି ଦେଇ ଗତି କରୁଥିବା ଟେଲିକମ ମୁଖ୍ୟ କହିଛନ୍ତି ଯେ, ସେ ସରକାରଙ୍କ ସମର୍ଥନ ବିନା ଆର୍ଥିକ ବର୍ଷ ୨୬ରୁ ଆଗକୁ କାମ କରିପାରିବ ନାହିଁ। କମ୍ପାନୀ କହିଥିଲା ଯେ, ଯଦି ତାଙ୍କୁ ସରକାର ସମର୍ଥନ କରୁନାହାନ୍ତି ତେବେ ସେ ଦେବାଳିଆପଣ ପାଇଁ ଜାତୀୟ କମ୍ପାନୀ ଏନସିଏଲଟି ଯିବ।
କମ୍ପାନୀ ପୂର୍ବରୁ ହି ହାରାହାରି ୮,୦୦୦ କୋଟି ଟଙ୍କା ଦେଇସାରିଛି। ସୁପ୍ରିମକୋର୍ଟ DoTର AGR କାଲକୁଲେସନକୁ ସଠିକ୍ ବୋଲି କହିଛି। ଫେବୃଆରୀରେ କୋର୍ଟ ଟେଲିକମ କମ୍ପାନୀଗୁଡ଼ିକର ପିଟିସନକୁ ଖାରଜ କରିଦେଇଥିଲା। ଏହି ପିଟିସନରେ DoTର ଆକଳନରେ ଭୁଲଗୁଡ଼ିକୁ ସଂଶୋଧନର ଦାବି କରାଯାଇଥିଲା।