fbpx

ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ପାଖରେ ଅସରନ୍ତି ସମ୍ପତ୍ତି, ଦେଖନ୍ତୁ ତାଲିକା

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହିନ୍ଦି ଚଳଚ୍ଚିତ୍ର ଜଗତରେ ନାମିଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ବିଶ୍ୱସୁନ୍ଦରୀ ମୁକୁଟ ପିନ୍ଧି ସାରିଥିବା ଐଶ୍ୱର୍ଯ୍ୟା ଏବେ ବଡ଼ ପରଦାରେ ନଜର ଆସୁନାହାନ୍ତି ସତ କିନ୍ତୁ ଏହା ସତ୍ତେ୍ୱ ବି ସେ ଏବେ ଶହ ଶହ କୋଟି ଟଙ୍କାର ମାଲିକାଣି । ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ମୋଟ ୧୦୦ ମିଲିୟନ ଡଲାର ବା ପାଖାପାଖି ୭୭୬କୋଟି ଟଙ୍କାର ମାଲିକାଣି । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ଜଣାଶୁଣା ।

ସୂଚନା ଅନୁଯାୟୀ, ଐଶ୍ୱର୍ଯ୍ୟା ପ୍ରତ୍ୟକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ୧୦ ରୁ ୧୨ କୋଟି ଟଙ୍କା ପର୍ଯ୍ୟନ୍ତ ନିଅନ୍ତି । ତାଙ୍କର ଫିସ୍ ଚଳଚ୍ଚିତ୍ରର ଭୂମିକା ଉପରେ ନିର୍ଭର କରିଥାଏ । ଐଶ୍ୱର୍ଯ୍ୟା ଅଭିନେତ୍ରୀ ହେବା ସହିତ ଜଣେ ମହିଳା ବ୍ୟବସାୟୀ ମଧ୍ୟ ଅଟନ୍ତି । ଐଶ୍ୱର୍ଯ୍ୟାଙ୍କର ଏକ ଏନଭାୟୋର୍ଣ୍ଣମେଣ୍ଟାଲ ଇଣ୍ଟେଲିଜେନ୍ସ ଷ୍ଟାଟଅପ୍ ରହିବା ସହିତ ସେ ଏମ୍ୱିରେ ଆଞ୍ଜେଲ ଇନଭେଷ୍ଟର ଭାବେ ଏକ କୋଟି ଟଙ୍କା ନିବେଶ କରିଛନ୍ତି । ଏହା ସହିତ ତାଙ୍କର ପସିବୁଲ ନାମକ ଏକ ସ୍ୱାସ୍ଥ୍ୟ ସେବା ଷ୍ଟାଟଅପ ରହିଛି । କିଛି ବର୍ଷ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ମହାରାଷ୍ଟ୍ରରେ ଏକ ୱିଣ୍ଡ୍ ପାୱାର ପ୍ରୋଜେକ୍ଟରେ ମଧ୍ୟ ନିବେଶ କରିଥିଲେ ।

पति से ज्यादा अमीर हैं ऐश्वर्या राय, जानें कितनी करोड़ संपत्ति की मालकिन  हैं अमिताभ बच्चन की बहू

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଶାଶୁ ଶ୍ୱଶୁର ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ସହିତ ତାଙ୍କର ପାରିବାରିକ ଘର ‘ଜଲସା’ରେ ରହନ୍ତି । ‘ମିଡ-ଡେ’ ହିସାବରେ ଏହାର ମୂଲ୍ୟ ୧୧୨ କୋଟି ଟଙ୍କା । ଏହା ସହିତ ଐଶ୍ୱୟା ରାୟ ଓ ଅଭିଷେକ ବଚ୍ଚନଙ୍କର ଦୁବାଇର ଜୁମେରିଆ ଗଲ୍ଫ ଇଷ୍ଟେଟରେ ଏକ ସୁନ୍ଦର ଘର ମଧ୍ୟ ରହିଛି ।

ମୁମ୍ୱାଇର ବିକେସି ଅଞ୍ଚଳରେ ଐଶ୍ୱର୍ଯ୍ୟାଙ୍କର ୨୧ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ରହିଛି ଯାହାର ଗୋଟିଏ ସ୍କୋୟାର ଫୁଟକୁ ୩୮ ହଜାର ଟଙ୍କା ହିସାବରେ କିଣାଯାଇଛି । ଏକ୍ସଚେଞ୍ଜ ଫୋର ମିଡିଆ ହିସାବରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରତ୍ୟେକ ବର୍ଷ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ କରି ୮୦ ରୁ ୯୦ କୋଟି ଟଙ୍କା ରୋଜଗାର କରନ୍ତି ଓ ଗୋଟିଏ ଦିନରେ ସେ ବିଜ୍ଞାପନ ପାଇଁ ସେ ୬ରୁ ୭ କୋଟି ଟଙ୍କା ନିଅନ୍ତି । ଲୋରିଆଲ, ଲକ୍ସ, ନକ୍ଷତ୍ର ଡାଏମଣ୍ଡ ଜୁଏଲର୍ସ, ଟାଇଟାନ ୱାଚେସ, ଲାକମି କସ୍ମେଟିକ୍ସ, ଫିଲିପ୍ସ, ପ୍ରେଷ୍ଟିଜ, ପେପ୍ସି ଓ ଲୋଧା ଗ୍ରୁପ ଭଳି ବିଭିନ୍ନ ବ୍ରାଣ୍ଡରେ ଐଶ୍ୱରିଆ ବିଜ୍ଞାପନ କରନ୍ତି । ଐଶ୍ୱର୍ଯ୍ୟା ରାୟ ଅନେକ ସୁନ୍ଦର ଦାମି ଗାଡ଼ିର ମଧ୍ୟ ମାଲିକାଣି ଅଟନ୍ତି । ତାଙ୍କ ପାଖରେ ୭.୯୫କୋଟିର ରୋଲ୍ସ ରୟେସ ଘୋଷ୍ଟ, ୧.୬୦ କୋଟିର ମର୍ସିଡିଜ ବେଞ୍ଜ, ୧.୫୮ କୋଟିର ଅଡି ଏ୮ଏଲ ଭଳି କାର ରହିଛି ।

Get real time updates directly on you device, subscribe now.