fbpx

Stress ହ୍ରାସ କରିଥାଏ ଜୁଆଣି ଚା’, ରାତିରେ ଶୋଇବା ପୂର୍ବରୁ ସେବନ କଲେ ମିଳିଥାଏ ଏହି ସବୁ ଫାଇଦା

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଚା’ ପିଇଲେ ସତେଜତା ଅନୁଭବ ହୋଇଥାଏ । ନାଲି ଚା’, କ୍ଷୀର ଚା’, ଗ୍ରାନ୍ ଟି, ବ୍ଲାକ୍ ଟି, ଲେମନ୍ ଟି, ମସାଲା ଟି ଇତ୍ୟାଦି ଅନେକ ପ୍ରକାର ଚା’ ଲୋକମାନେ ପିଇଥାନ୍ତି । ଏଥିମଧ୍ୟରୁ ଜୁଆଣି(Carom Seeds)ଚା’ ଅନ୍ୟତମ । ଏହା ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ପ୍ରୋଟିନ୍‌, ଫାଟ୍‌, ଖଣିଜ, ଫାଇବର, କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଥାୟମିନ୍‌, ରାଇବୋଫ୍ଲେଭିନ୍‌, ଫସଫରସ, ଲୌହ ଆଦି ଔଷଧୀୟ ଗୁଣରେ ଭରପୁର ଜୁଆଣି । ଏହା ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ ଭାବେ ଜଣାଶୁଣା । ତେବେ ରାତିରେ ଶୋଇବା ପୂର୍ବରୁ ଜୁଆଣି ଚାହା ସେବନ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଫାଇଦା ଦେଇଥାଏ ।

୧. ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂରେଇଥାଏ । ଗ୍ୟାସ୍‌, ଅପଚ ଇତ୍ୟାଦି ଭଳି ସମସ୍ୟାରୁ ଉପସମ ମିଳିଥାଏ ।

୨. ଜୁଆଣି ଚାହା ଶରୀରର ମେଟାବଲିଜିମ୍ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ରାତିରେ ଶେଇବା ପୂର୍ବରୁ ଜୁଆଣି ଚାହା ପିିଇଲେ fat burn ହୋଇଥାଏ । ଏହା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।

୩. ଜୁଆଣି ଚାହା ଡିଟକ୍ସିଫିକେସନ୍ ଭଳି କାର୍ଯ୍ୟ କରିଥାଏ । ଏହା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିବାରେ ସହାୟକ ହୋଇଥାଏ ।

୪. ଜୁଆଣି ଚାହା ଚିନ୍ତା ଓ ଚାପକୁ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଉତ୍ତମ ନିଦ୍ରା ଆସିଥାଏ ।

୫. ଜୁଆଣିରେ ଓମେଗା ଏସିଡ୍ ରହିଛି ଯାହା ଆଥ୍ରାଇଟିସ୍ ପାଇଁ ଲାଭଦାୟକ ହୋଇଥାଏ । ଏହା ଶରୀରର ଫୁଳା କମ କରିବାରେ ସହାୟକ ହୋଇଥାଏ । ଏହା ହୃଦରୋଗ ପାଇଁ ମଧ୍ୟ ଉତ୍ତମ ଅଟେ ।

୬. ଜୁଆଣି ଚାହା ଇମ୍ୟୁନିଟି ବୁଷ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ଏଥିରେ ଥିବା ଏଣ୍ଟିଇନଫ୍ଲେମେଟୋରୀ ଗୁଣ କାଶ, ଥଣ୍ଡା ଏବଂ ଆସ୍ଥମା ଭଳି ଶ୍ୱାସ ସମସ୍ୟା ଠାରୁ ଦୂରେଇ ରଖିଥାଏ ।

କିପରି ପ୍ରସ୍ତତ କରିବେ ଜୁଆଣି ଚା’ ?

ଗୋଟିଏ ପାତ୍ରରେ ୨ କପ୍ ପାଣିରେ ଅଧା ଛୋଟ ଚାମଚ ଜୁଆଣି ମିଶାଇ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ପାଣି ଗୋଟିଏ କପ୍ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ ଛାଣି ସେବନ କରନ୍ତୁ । ଏହା ପରେ ଆପଣ ପସନ୍ଦ ଅନୁଯାୟୀ ଲେମ୍ବୁ ରସ ଏବଂ ମହୁ ମିଶାଇ ସେବନ କରିପାରିବେ । ଅନ୍ୟ
ଏକ ଉପାୟରେ ଗୋଟିଏ ଗ୍ଲାସ ପାଣିରେ ଅଧା ଚାମଚ ଜୁଆଣି ମିଶାଇ ରାତି ସାରା ରଖନ୍ତୁ । ସକାଳେ ଏହି ପାଣିକୁ ୫ରୁ ୭ ମିିନିଟ ଫୁଟାଇବା ପରେ ସେବନ କରିପାରିବେ । ଯେଉଁମାନଙ୍କୁ ଜୁଆଣି ଠାରୁ ଆଲର୍ଜି ଅଛି ସେମାନେ ଏହି ଚାହା ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.