fbpx

ଭୋଟରଙ୍କୁ ଆକୃଷ୍ଟ କରିବ ‘ସମାଜବାଦୀ ଅତର’, ଲଞ୍ଚ କଲେ ଅଖିଳେଶ

ନୂଆଦିଲ୍ଲୀ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ତଥା ନେତାମାନେ ଅନେକ ଉପାୟ ଆପଣାଇଥାନ୍ତି । ନିକଟରେ ଏଭଳି ଏକ ଉପାୟ ଆପଣାଇଛନ୍ତି ସମାଜବାଦୀ ପାର୍ଟୀ ସଭାପତି ଅଖିଳେଶ ଯାଦବ । ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପଫ୍ୟୁମ ଲଞ୍ଚ କରିଛନ୍ତି ଅଖିଳେଶ । ଏହାର ନାମ ରଖାଯାଇଛି ‘ସମାଜବାନୀ ଅତର’, ଏହାର ବୋତଲ ନାଲି ଏବଂ ସବୁଜ ରଙ୍ଗର ରହିଛି, ଏହି ଫରଫ୍ୟୁମ ୨୨ ପ୍ରାକୃତିକ ଉପାଦାନରେ ତିଆରି ହୋଇଥିବା ନେଇ କହିଛନ୍ତି ।

ମଙ୍ଗଳବାର ଏନେଇ ଅଖିଳେଶ କହିଛନ୍ତି ୨୦୨୨ ନିର୍ବାଚନରେ ଏହାର ତାହାର ଯାଦୁ ଦେଖାଇବ । ଏହାର ବକ୍ସରେ ଅଖିଳେଶ ଯାଦବଙ୍କ ଫଟୋ ରହିଛି ଏବଂ ଏହା ସହ ଏଥିରେ ଦଳର ନିର୍ବାଚନୀ ଚିହ୍ନ ମଧ୍ୟ ରହିଛି । ସମାଜବାଦୀ ପାର୍ଟୀ ନେତା ପୁଷ୍ପରାଜ ଜୈନ ‘ସମାଜବାଦୀ ଅତର’ର ଉନ୍ମୋଚନ କରିଛନ୍ତି । ପୁଷ୍ପରାଜ କହିଛନ୍ତି ଲୋକଙ୍କ ଏହି ପରଫ୍ୟୁମରେ ସମାଜବାଦର ବାସ୍ନା ମିଳିବ । ୨୦୨୨ରେ ଏହି ପରଫ୍ୟୁମରେ ଘୃଣାକୁ ଶେଷ କରିବ ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଦଳ ଫରଫ୍ୟୁମ ଲଞ୍ଚ କରିଛନ୍ତି । ୨୦୧୬ରେ ଦଳର ଏହାର ଚାରି ବର୍ଷ ପୂର୍ତ୍ତି ଅବସରରେ ‘ସମାଜବାଦୀ ସୁଗନ୍ଧ’ ନାମରେ ପର୍ଫ୍ୟୁମ ରେଞ୍ଜ ଲଞ୍ଚ କରିଥିଲେ । ସୂଚନାଯୋଗ୍ୟ, ୨୦୨୨ ଫେବୃଆରୀ-ମାର୍ଚ୍ଚରେ ନିର୍ବାଚନ ହେବାକୁଯାଉଛି ।

Get real time updates directly on you device, subscribe now.