fbpx

ଅଖିଳେଶ ଯାଦବଙ୍କ ବଡ଼ ବୟାନ: କହିଲେ ଇଂରେଜଙ୍କ ପରି ଦେଶକୁ ବାଣ୍ଟୁଛି ଭାଜପା, ବିପଦରେ ଗଣତନ୍ତ୍ର

ଲକ୍ଷ୍ନୌ: ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ମୈନପୁରୀ ସମୀକ୍ଷା କରିବାକୁ ପହଞ୍ଚିଥିଲେ । ଏହି ଅବସରରେ ସେ ଦଳୀୟ କାର୍ଯ୍ୟକର୍ତ୍ତାକୁ ପରାମର୍ଶ ଦେବା ସହ ୟୁପିରେ ଭାଜପା ସରକାରଙ୍କ ଉପରେ ବଷିଛନ୍ତି ।

ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟୀ ଇଂରେଜଙ୍କ ରାସ୍ତାରେ ଚାଲୁଛି ଏବଂ ଦେଶକୁ ବାଣ୍ଟିବାକୁ ଲାଗିଛି । ୟୁପିରେ କିଛିବି ନୂଆ କାମ ହେଉନାହିଁ । ଜନସାଧାରଣଙ୍କ ମୌଳିକ ଅସୁବିଧାର ମଧ୍ୟ ସମାଧାନ ହୋଇନାହିଁ । ଏହା ସହ ସେ କହିଛନ୍ତି ଆମେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼ିବାକୁ ହେବ । ଆମର ଲୋକତନ୍ତ୍ରକୁ ବିପଦ ସୃଷ୍ଟି ହୋଇଛି । ଯୁବକଙ୍କୁ ଦାୟିତ୍ୱ ଯେ ସେମାନେ ଦେଶକୁ ଆଗକୁ ନେବେ । ଅଖିଳେଶ କହିଛନ୍ତି ଯେ ବାବା ସାହେବ ଆମ ସମ୍ବିଧାନ ପ୍ରଣେତା । ସମ୍ବିଧାନ ଆମକୁ ଭୋଟ ଦେବାର ଅଧିକାର ଦେଇଛି । କିନ୍ତୁ କିଛି ଲୋକ ଲୋକତନ୍ତ୍ରକୁ ଶେଷ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେମାନେ ଭୋଟ ବାଣ୍ଟୁଛନ୍ତି । ଏହା ସହ ଗରବ ଧନୀ ବିଭେଦତା ସୃଷ୍ଟି କରୁଛନ୍ତି ଠିକ୍ ଇଂରେଜମାନଙ୍କ ପରି ।

ଏହା ସହ ଅଖିଳେଶ ଯାଦବ କହିଛନ୍ତି ଗଣତନ୍ତ୍ରକୁ ବଞ୍ଚାଇବାକୁ ଆମକୁ ଚେଷ୍ଟା କରିବାକୁ ପଡ଼ିବ । ଆମକୁ ମିଶି ସମ୍ବିଧାନ ରକ୍ଷା କରିବାକୁ ପଡ଼ିବ । ସେ କହିଛନ୍ତି ପଞ୍ଚାୟତ ଏମଏଲସି ନିର୍ବାଚନରେ ଅରାଜକତାକୁ ହୋଇଛି । ସରକାର ଅନ୍ୟାୟ ଆରମ୍ଭ କରିଛନ୍ତି । ଲୋକଙ୍କ ଉପରେ ମକଦ୍ଧମା କରାଯାଉଛି । ଗଣତନ୍ତ୍ର ବଞ୍ଚାଇବା ପାଇଁ ଆମକୁ ଏକସାଙ୍ଗରେ ସେମାନଙ୍କ ବିରୋଧରେ ଲଢ଼ିବାକୁ ପଡ଼ିବ ।

ସେ ଆହୁରି କହିଥିଲେ ଯେ ଭାଜପା ସରକାର ଚାକିରିର କେବଳ ବିଜ୍ଞାପନ ଦେଉଛି । ରାଜ୍ୟର କାନୁନ ବ୍ୟବସ୍ଥା ବହୁତ ଖରାପ ରହିଛି । ଅଯୋଧ୍ୟାରେ ଝିଅ ସହ ଯାହା ହୋଇଥିଲା ସେଥିରେ ତା ପରିବାରକୁ ନ୍ୟାୟ ମିଳିନାହିଁ ଏବଂ କାନପୁରରେ ବ୍ୟାଙ୍କର ଲୁଟ୍ ହେଉଛି । ଏସବୁ କେବେ ବନ୍ଦ ହେବ? ସମାଜବାଦୀ ପାର୍ଟୀ ସବୁ ମୁଦାକୁ ନେଇ ସବୁ ସ୍ତରରେ ମୁକାବିଲା କରିବ ଏବଂ ଜନହିତ ପାଇଁ ସରକାରଙ୍କୁ ଘେରିବ । ଏହି ଅବସରରେ ଅଖିଳେଶ ଦଳୀୟ କର୍ମକର୍ତ୍ତାଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.