ନୂଆଦିଲ୍ଲୀ: ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ର ସଂଖ୍ୟାଲଘୁ ମାନ୍ୟତା ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନିଜ ରାୟ ଦେଇଛନ୍ତି । ସର୍ବୋଚ୍ଚ ନିଷ୍ପତ୍ତିରେ ଏଏମୟୁର ସଂଖ୍ୟାଲଘୁ ସ୍ଥିତି ବଜାୟ ରଖାଯାଇଛି । ଏହି ଶୁଣାଣି ବେଳେ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଚାରିଜଣ ବିଚାରପତିଙ୍କ ଏକ ମତ ରହିଛି ।
ଯେତେବେଳେ କି ୩ ବିଚାରପତିଙ୍କର ଭିନ୍ନ ମତ ରହିଛି । ଏହା ସହ କୋର୍ଟ କହିଛନ୍ତି ଯେ, ସଂଖ୍ୟା ଲଘୁ ସ୍ଥିତିର ନିଷ୍ପତ୍ତି ଏବେ ୩ ବିଚାରପତିଙ୍କ ନୂଆ ବେଞ୍ଚ କରିବ ।
ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଦୀପଙ୍କର୍ ଦତ୍ତା ଏବଂ ଜଷ୍ଟିସ୍ ଶର୍ମା ଏହି ନିଷ୍ପତ୍ତି ସମ୍ପର୍କରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ସିଜେଆଇ ଚନ୍ଦ୍ରଚୁଡ ନିଜର ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ପାଇଁ ବହୁମତର ନିଷ୍ପତ୍ତି ଲେଖିଛନ୍ତି ।