fbpx

ଯେଉଁ ପୁଅ ବା ଝିଅର ଜୀବନର ଗୋଟିଏ ଲକ୍ଷ୍ୟ କେବଳ ପ୍ରେମ, ପିତାମାତା ତୁଚ୍ଛ, ସେମାନଙ୍କୁ ଆମେ କହିବା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ- କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ପ୍ରକୃତ ଭଲପାଇବା ମିଳିଥାଏ । କିନ୍ତୁ ଆଜିକାଲି ଏହାର ପରିଭାଷା ସମ୍ପୂର୍ଣ୍ଣ ବଦଳି ଗଲାଣି । ଯୁଗ ଯେତେ ବଦଳିଗଲେ ହେଁ ଆମେ ଯଦି ମାନସିକ ଭାବେ ଭଲପାଇବା ଗଣିତକୁ ନେଇ ଦୃଢ଼ ରହିବା, ତେବେ ହୁଏତ ଅକାଳରେ ଅନେକ ଜୀବନ ହାନୀ ହୁଅନ୍ତାନି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରାଜଧାନୀ ଭୁବନେଶ୍ୱରର ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ସୌମ୍ୟ ସୋନାଲି ନନ୍ଦ ନାମକ ଜଣେ କଣ୍ଠଶିଳ୍ପୀଙ୍କୁ ବର୍ଷେ ପୂର୍ବରୁ ଭଲ ପାଇଆସୁଥିଲେ । ଦୁହିଁଙ୍କ ରିଲେସନସିପ୍ ବିଷୟରେ ଉଭୟଙ୍କ ପରିବାରବର୍ଗ ଅବଗତ ଥିଲେ । ସୌମ୍ୟ ଅନେକ ସମୟରେ ସୋନାଲିଙ୍କ ମାଆଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ଯଦି ଭାଇରାଲ ହୋଇଥିବା ସମସ୍ତ ଅଡିଓ ସତ ହୋଇଥାଏ, ତେବେ ଏପରି ଘଟଣା ପାଇଁ ଉଭୟପକ୍ଷ ଦାୟୀ । ନିଜ ପ୍ରେମିକାଙ୍କ ଧୋକ୍କାକୁ ସହଜରେ ହଜମ କରି ନପାରି ପିତାମାତାଙ୍କ କଥା ଟିକେ ବି ନ ଭାବି ଅମୂଲ୍ୟ ଜୀବନକୁ ନଷ୍ଟ କରିବାକୁ ପଛାଇଲେ ନାହିଁ ସୌମ୍ୟ । ଏ କ୍ଷେତ୍ରରେ ସନ୍ତାନମାନଙ୍କ ଅପେକ୍ଷା ସେମାନଙ୍କର ପିତାମାତା ବେଶି ଦାୟୀ । ଗୋଟିଏ ଜୀବନ ଚାଲିଗଲେ ପରେ ପରବର୍ତ୍ତୀ ସମୟରେ ଭୁଲ ସୁଧାରିଲେ ଆଉ କେହି ଫେରିବେ ନାହିଁ ।

ଆଜି ସୌମ୍ୟ ସୁଇସାଇଡ୍ କରିଛନ୍ତି କାଲି କେଉଁ ପୁଅ ବା ଝିଅ ନିଶ୍ଚିତ ଭାବେ ଏପରି ପନ୍ଥା ଆପଣାଇବ । ପିତାମାତା ଏ କ୍ଷେତ୍ରରେ ସଜାଗ ହେବା ଦରକାର । ସେମାନଙ୍କୁ ଭଲ ବାଟ ଦେଖାଇବା ଦରକାର, ଆବଶ୍ୟକତାଠାରୁ ଅଧିକ ଭଲ ପାଇବା ଦେବା ହିଁ ସେମାନଙ୍କର ମାନସିକତାକୁ ବିଗାଡ଼ୁଛି । ପୁଅଝିଅ ଗେହ୍ଲା ହେବା ଦ୍ୱାରା ସେମାନେ ଦୃଢ଼ ମାନସିକତାଧାରୀ ହେବାରୁ ବଞ୍ଚିତ ହୋଇଥାନ୍ତି । ଏକଥା ଅଧିକାଂଶ ଲୋକଙ୍କ ମନରେ ଆଘାତ ଦେଇପାରେ, ଏହା କିନ୍ତୁ ଧ୍ରୁବ ସତ୍ୟ । ଖାଲି ଜନ୍ମ ଦେଇଦେଲେ କେହି ଜନ୍ମଦାତ୍ରୀ ହୋଇ ଯାଆନ୍ତିନି, ସେମାନଙ୍କୁ ସତପଥରେ ନେବା ଦରକାର ।

ସେହିପରି ଆଜିର ଯୁବପୀଢ଼ି ନିଜର ଦାୟିତ୍ୱ, କର୍ତ୍ତବ୍ୟକୁ ଭଲ ଭାବେ ବୁଝିବାର ଦରକାର । ଏହା ଜାଣିବା ଦରକାର ଯେ, Love is not the heart of life, it’s part of life. ଗୋଟେ ଝିଅ ବା ପୁଅ ଯଦି ତୁମକୁ ଭଲ ପାଇ ଧୋକ୍କା ଦେଉଛି, ତେବେ ଏଇଠି କ’ଣ ତୁମର ଜୀବନ ସରିଗଲା? ଯଦି ତୁମର ଜୀବନରେ କିଛି ଲକ୍ଷ୍ୟ ନାହିଁ, ପ୍ଲାନିଂ ନାହିଁ, କେବଳ ପ୍ରେମ ଦରକାର, ତେବେ ତୁମମାନଙ୍କ ପାଇଁ ସ୍ୱୟଂ ବ୍ରହ୍ମା ବି ମେଡିସିନ୍ ତିଆରି କରିପାରିବେ ନାହିଁ । ମଦ ପିଇ ମାତାଲ ହେବା ଯାହା, ପ୍ରେମ କରି ମତୁଆଲା ହେବା ମଧ୍ୟ କ୍ୟାନସର ଠାରୁ ଭୟଙ୍କର ।

Get real time updates directly on you device, subscribe now.