fbpx

(Video) ଛତିଶଗଡ଼ ଷ୍ଟାଇଲରେ ଓଡ଼ିଶାରେ ବଦଳିବେ ସବୁ ଅଫିସର; ବଡ଼ବଡ଼ ଅଫିସରଙ୍କ ଛାତି ଧଡ଼ଧଡ଼!

Advertisement

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ନୂଆ ସରକାରରେ ପୁରୁଣା ଅଫିସରଙ୍କ ଛାତି ଧଡ଼ଧଡ଼। କାଟ୍‌ତି ରହିବ ନା ନୂଆ ସରକାରଙ୍କ କଇଁଚି ଚାଲିବ। ଅଫିସର ମହଲରେ ପଶିଗଲାଣି ଛନକା। ପୁରୁଣା ସରକାରରେ ଯେଉଁ ଅଫିସର ମାନେ ଆଗଧାଡିରେ ଥିଲେ ଏବେ ସେମାନଙ୍କ ମୁଣ୍ଡ ବାୟା । କଥାରେ ଥାଏ ନା ଡେଙ୍ଗା ମୁଣ୍ଡରେ ଠେଙ୍ଗା । ଏବେ ପରିସ୍ଥିତି କିଛି ସେଭଳି । ଆଇଏଏସ୍‌, ଆଇପିଏସ, ଓପିଏସ୍ ଏବଂ ଓଏଏସ୍ ଅଫିସରଙ୍କ ସ୍ତରରେ ଛନକା ବଢ଼ିଯାଇଛି । ସରକାରଙ୍କ ଶୁଭ ଦୃଷ୍ଟିରେ ରହିବେ ନା କୋପ ଦୃଷ୍ଟିରେ ବଳି ପଡ଼ିବେ, ସେଇ ଚିନ୍ତା ଘାରିଲାଣି ।

କାହିଁକି ନା ଆରମ୍ଭରୁ ବିଜେପି ଓଡ଼ିଶାରେ ଅଫିସର ରାଜକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇଥିଲା । ପ୍ରଚାରରେ ସିଧାସିଧା ବିଜେପି ନେତାମାନେ କହିଥିଲେ, ବିଜେପି ଆସିଲେ ଓଡ଼ିଶାରେ ଅଫିସର ରାଜ୍ ଚାଲିବନି । ଆଉ ସତକୁ ସତ ଏବେ ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ଏସବୁ ଦେଖି ଏବେ ଦୁର୍ନିତୀ ଖୋର ଅଫିସରଙ୍କ ଘଣ୍ଟି ବାଜିଲାଣି । ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରେ କାର୍ଯ୍ୟ କରୁଥିବା କିଛି ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି ବଡ଼ ପଦବିରେ ଥିବା ଅଫିସରଙ୍କ ମୁଣ୍ଡ ଗୋଲ୍ ।

ଚର୍ଚ୍ଚା ହେଉଛି, କିଛି ଅଫିସରଙ୍କ ତାଲିକା ବିଜେପି ପ୍ରସ୍ତୁତ କରି ରଖିଛି । ବିଜେପି ନେତାମାନଙ୍କ କହିବାନୁସାରେ ଯେଉଁ ଅଫିସର ନିଜ ପଦପଦବିର ଦାୟିତ୍ୱକୁ ଭୁଲି ନିର୍ବାଚନୀ ପ୍ରକ୍ରିୟାରେ ଶାସକ ଦଳ ପାଇଁ କାମ କରୁଥିଲେ, ସେମାନଙ୍କୁ ଦଳ ଭାବେ ଚିହ୍ନଟ କରିଛି । ସରକାରକୁ ଆସିଲେ ପ୍ରଥମେ ସେମାନଙ୍କ କଥା ବୁଝାଯିବ । ବାସ୍‌, ଏହି କଥା କାନରେ ପଡ଼ିବା ପରେ କିଛି ଅଫିସରଙ୍କ ନିଦ ହଜିଗଲାଣି । ନୂଆ ସରକାର ଆସିଲେ, କ’ଣ ହେବ? ଚର୍ଚ୍ଚା ହେଉଛି କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇପାରେ ।

ଆଉ କେତେକ ଅଫିସରଙ୍କ ଆସନ ଉପରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । ଏପରିକି ଇଡି ଛାଟ ବି ବାଜିପାରେ । ଶୁଣାଯାଉଛି, ବଡ଼ ଧରଣର ବଦଳି ହୋଇପାରେ । ଦିଲ୍ଲୀରେ ଡେପୁଟେସନରେ ଥିବା କିଛି ଅଫିସରଙ୍କୁ ପୁଣି ଓଡ଼ିଶା ଡାକରା ଯାଇପାରେ । କିଛି ଅବସରପ୍ରାପ୍ତ ଓଡ଼ିଆ ଅଫିସରଙ୍କୁ ବଡ଼ ଭୂମିକା ମିଳିପାରେ ନୂଆ ସରକାରରେ । ଆଇପିଏସ୍ ମହଲରେ କିଛି ଅଫିସରଙ୍କୁ ଆଗାମୀ ଦିନରେ ବଡ଼ ଭୂମିକା ମିଳିବ । ଏମିତିକି ଜିଲ୍ଲା ସ୍ତର ଯାଏଁ ବଡ଼ ଓଲଟପାଲଟ ସମ୍ଭାବନା ନେଇ ଛନକା ପଶିଛି ଅଫିସରଙ୍କ ଭିତରେ । ତେବେ କିଏ ଏବେ ଦୋଧାରିଆ ଖଣ୍ଡାରେ ଛିଡା ହୋଇଛି ଓ କାହା ବେକରେ ସୁତା ବନ୍ଧା ହୋଇଛି ତାହା ଖୁବ ଶୀଘ୍ର ଜଣାପଡିଯିବ ।

Get real time updates directly on you device, subscribe now.