କାଲିଠୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍, ସୁରକ୍ଷା ଯୋଗାଇ ଦେବେ ସରକାର
ଓଡ଼ିଶା ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି।
ଭୁବନେଶ୍ୱର: ଚାରିଦିନ ପରେ କାଲିଠୁ ଗଡ଼ିବ ଘରୋଇ ବସ୍। ଓଡ଼ିଶା ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି। କିଛି ସମୟ ପୂର୍ବରୁ ପୁରୀରେ ଚାଲିଥିଲା ଘରୋଇ ବସ୍ ମାଲିକ ସଂଘର ବୈଠକ। ଏହି ବୈଠକ ପରେ ସବୁ ଘରୋଇ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।
କାଲିଠୁ ରାଜ୍ୟରେ ଗଡ଼ିବ ସମସ୍ତ ଘରୋଇ ବସ୍। ଚାରି ଦିନ ହେବ ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଚାଲୁନଥିଲା ବସ୍। ହେଲେ ଆଜି ଘରୋଇ ମାଲିକ ସଂଘ ଏଇ ସମସ୍ୟା ଉପରେ ଏକ ବୈଠକ କରିଥିଲେ।
ଯେଉଁ ବୈଠକରେ ନିଷ୍ପତ୍ତି ହୋଇଛି କି ଆସନ୍ତାକାଲିଠାରୁ ରାଜ୍ୟରେ ସମସ୍ତ ଘରୋଇ ବସ୍ ଚାଲିବ। ବସ୍ ଗଡ଼ିଲେ ସୁରକ୍ଷା ଦେବାକୁ ସରକାରଙ୍କୁ କୁହାଯାଇଛି। ତେଣୁ ସରକାର ଯୋଗାଇ ଦେବେ ସୁରକ୍ଷା। ଆମ ସହ ଅନେକ ବସ୍ ଡ୍ରାଇଭର ଅଛନ୍ତି ବୋଲି କହିଛି ମାଲିକ ସଂଘ।