ଏହି ସମସ୍ତ ଲକ୍ଷଣରୁ ଜଣାପଡିଯିବ ଆପଣଙ୍କ ଶରୀରରେ ବିପି ଠିକ୍ ରହିଛି କି ବଢିଛି

ଓଡ଼ିଶା ଭାସ୍କର: ବିପି ବା ରକ୍ତଚାପ ବଢିଗଲେ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ସର୍ବଦା ଜରୁରୀ ନୁହେଁ କି ବିପି ହାଇ ହୋଇଗଲେ ସର୍ବଦା ଚେକ୍ କରିବାର ଆବଶ୍ୟକତା ରହିଛି ।
ଆଜିକାଲି ହାର୍ଟ ଜନିତ ରୋଗ ବଢିବାରେ ଲାଗିଛି । ଏହି କାରଣରୁ ଲୋକମାନେ ଅଚାନକ ହୃଦଘାତର ଶିକାର ହେଉଛନ୍ତି । ତେବେ ହାର୍ଟଜନିତ ରୋଗର ଆରମ୍ଭ ଉଚ୍ଚ ରକ୍ତଚାପରୁ ହିଁ ହୋଇଥାଏ ।

ବିପି ହାଇ ହେବା ଦ୍ୱାରା ଶରୀରରେ ପୁରା ବ୍ଲଡ ସର୍କୁଲେସନ ଉପରେ ପ୍ରଭାବ ପଡିଥାଏ । ତେବେ ସେତେବେଳେ ବିପି ହାଇ ହୋଇଥାଏ ଯେତେବେଳେ ଆମ ଧମନୀରେ ବ୍ଲକେଜ୍ ସ୍ଥିତି ଉପୁଜିଥାଏ ।
ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ ବଢିବାରେ ଲାଗିଥାଏ ଓ ଧମନୀ ଚାରିପଟେ ଏହା ଜମିଯାଏ ସେତେବେଳେ ହାଇ ବିପି ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ ।

କିଛି ବାଟ ଚାଲିବା ପରେ ଯଦି ଆପଣଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ ତେବେ ଏହା ହାଇ ବିପିର ଲକ୍ଷଣ ହୋଇଥାଏ । ହାଇ ବିପିରେ ପ୍ରାୟ ସମୟରେ କ୍ଲାନ୍ତି ଓ ଦୂର୍ବଳ ଅନୁଭବ ହୋଇଥାଏ । ଏହି ସମସ୍ୟାରେ ଶରୀରକୁ ଆବଶ୍ୟକ ଏନର୍ଜି ମିଳି ନ ଥାଏ । ବିପି ବଢିଲେ ଗମ୍ଭୀର ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ । ମୁଣ୍ଡ ତାତିଯାଏ ଓ ବହୁତ ଯନ୍ତ୍ରଣା ଅନୁଭବ ହୁଏ । ଧମନୀରେ ରକ୍ତ ସଞ୍ଚାଳନ ଏତେ ଜୋରରେ ହୋଇଥାଏ ଯେ ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହୋଇଥାଏ ।

Get real time updates directly on you device, subscribe now.