fbpx

ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡିଛି କି? ଏହା ଜାଣିବେ କେମିତି?

ଓଡିଶା ଭାସ୍କର: ଆପଣ ମାନେ ପିଲାବେଳୁ ଶୁଣି ଆସୁଥିବେ ଯେ, ଗୋଟିଏ ଭଲ ନଜର ଥାଏ ଓ ଆଉ ଗୋଟିଏ ଖରାପ ନଜର ଥାଏ। ଯଦି ଆପଣଙ୍କ ଉପରେ ବା ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡ଼ିଯାଏ ତାହେଲେ ଆପଣ ଆଦୌ ତିଷ୍ଠି ପାରିବେନି। ମାତ୍ର କାହାର ଖରାପ ନଜର ପଡିଛି ବୋଲି ଆପଣଙ୍କୁ କେମିତି ଜଣାପଡିବ? ଯଦି ବା ଜଣାପଡେ ତାହେଲେ କେମିତି ଏହାର ପ୍ରତିକାର କରିବେ?

କଥାରେ ଅଛି, “ସମୟ ବଡ଼ ବଳବାନ”। ଭଲ ସମୟ ଚାଲୁଥିଲେ ସବୁ ଭଲ। ହେଲେ ଥରେ ଖରାପ ସମୟ ପଡିଲେ ମାନେ ତାହା କୋଟିପତିକୁ ଭିକାରି ବି କରିଦିଏ। ଶେଷରେ ମାନସିକ ଭାରସାମ୍ୟ ହରାଇବାକୁ ପଡ଼ିଥାଏ। ଏହା ପରେ ସମସ୍ୟା ଆହୁରି ବଢି ବଢି ଚାଲିଥାଏ। କେବଳ ଧନ, ସମ୍ପତ୍ତିର କଥା ନୁହେଁ। କାହାର ଖରାପ ନଜର ପଡିବା ଦ୍ୱାରା ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ମଧ୍ୟ ହାନି ହୋଇପାରେ।

କାହାର ଖରାପ ନଜର ପଡିଛି ବୋଲି ଜାଣିବେ କେମିତି?

ଘର ଭିତରକୁ ପଶିଲେ ଯେମିତି ଭାରି ଭାରି ଲାଗିଥାଏ। ଚିଡ଼ିଚିଡ଼ି ଲାଗେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥାଏ। ପରିବାରରେ କାହାର ସୌନ୍ଦର୍ୟ୍ୟତା ବା ସ୍ୱାସ୍ଥ୍ୟ ଖରାପ ହେଉଥାଏ। ପରିବାରରେ ପରସ୍ପର ସହ ସମ୍ପର୍କ ଭଲ ନ ରହିଥାଏ। ତେବେ ଏମିତି ହେଉଥିଲେ ଜାଣିବେ ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡ଼ିଛି। ଯଦି ଏମିତି କିଛି ହେଉଥାଏ ତା’ ହେଲେ ଏଥିରୁ ମୁକୁଳିବା ପାଇଁ ଆପଣାନ୍ତୁ ଏହି ଉପାୟ। ଆପଣଙ୍କ ଦୁଃଖଦୁର୍ଦ୍ଦଶା ଦୂରେଇ ଯିବ।

ପ୍ରତିକାର: ଖରାପ ନଜରରୁ ମୁକ୍ତି ପାଇବା ପାଇଁ ଏକ ନଡ଼ିଆକୁ କଳା କପଡ଼ାରେ ଗୁଡ଼ାଇ ଘର ବାହାରେ ଟାଙ୍ଗି ଦିଅନ୍ତୁ। ଦେଖିବେ ଧୀରେ ଧୀରେ ଘର ଉପରୁ ଖରାପ ନଜର ହଟିଯିବ।

 

Get real time updates directly on you device, subscribe now.