fbpx

ଅଲ୍ଲୁ ଅର୍ଜୁନ୍ କେମିତି ବନିଲେ ପୁଷ୍ପାରାଜ୍? ଟ୍ରାନ୍ସଫରମେସନ୍ ଦେଖି ତାଜୁବ୍ ହୋଇଯିବେ; ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସବୁଠି ପୁଷ୍ପାର ଡାଏଲଗ୍ ଓ ଗୀତ କ୍ରେଜ୍ ରହିଛି । ଫିଲ୍ମ ରିଲିଜ୍ ହେବାର ଅନେକ ସମୟ ବିତି ଯାଇଥିବା ପରେ ବି ଲୋକଙ୍କ ମନରେ ଫିଲ୍ମକୁ ନେଇ ଉତ୍କଣ୍ଠା ରହିଛି । ହଲ୍ ବ୍ୟତୀତ ଓଟିଟି ପ୍ଲାଟଫର୍ମରେ ବି ଫିଲ୍ମ ଧମାଲ୍ କରୁଛି । ହେଲେ ଫିଲ୍ମ ଟି ପରଦାକୁ ଆସିବାକୁ ଅନେକ ସମୟ ବିତିଯାଇଥିଲେ ବି ଏବେ ସୁଦ୍ଧା ଲୋକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ।

ପୁଷ୍ପା ଫିଲ୍ମରେ ଅଲ୍ଲୁ ଅର୍ଜୁନ୍ ଭୂମିକା ଖୁବ୍ ଶାନଦାର୍ ରହିଛି । ପୁଷ୍ପାର ଡାଏଲଭ୍ ଡେଲିଭେରୀ, ଷ୍ଟାଇଲ୍ ସବୁକିଛି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଫିଲ୍ମରେ ହିରୋ କିପରି ଗୋଟିଏ ମଜୁରିଆରୁ ରାଜା ପାଲଟିଛି ତାହା ଲୋକଙ୍କ ମନ କିଣିଛି । ଭୂମିକା ସହିତ ଅଭିନେତାଙ୍କ ଅଭିନୟ ଏକଦମ୍ ଫିଟ୍ ହୋଇଯାଉଛି । ଆଉ ଏହି କାରଣ ପାଇଁ ବୋଧହୁଏ ଫିଲ୍ମଟି ଦର୍ଶକଙ୍କୁ ଲୁଭାଇଛି ।

ତାହେଲେ ଏବେ ଚାଲନ୍ତୁ ଦେଖିବା ହ୍ୟାଣ୍ଡସମ୍ ହଙ୍କ୍ ଅଲ୍ଲୁ ଅର୍ଜୁନ୍ ପୁଷ୍ପା ଭୂମିକାରେ କିପରି ଫିଟ୍ ହୋଇଗଲେ । ଅସଲରେ ଅଲ୍ଲୁ ଅର୍ଜୁନ୍ ଙ୍କର ପୁଷ୍ପାର ଟ୍ରାନ୍ସଫରମେସନ୍ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଆପଣ ମାନେ ଯଦି ଦେଖି ନାହାନ୍ତି ତାହେଲେ ଏହି ଭିଡିଓରେ କ୍ଲିକ୍ କରନ୍ତୁ ।

Get real time updates directly on you device, subscribe now.