Elon Muskଙ୍କ ଆନି ସମସ୍ତଙ୍କ ପ୍ରେମିକା! Kiss କରୁଛି, ବିନା ଲାଜରେ ଡ୍ରେସ୍ ଖୋଲି ଦେଉଛି

ପୁଣି ମସ୍କଙ୍କ ଟେକନୋଲୋଜିକୁ ନେଇ ଚର୍ଚ୍ଚା । ବିବାଦରେ ଏକ୍ସ ମାସିକ ମସ୍କଙ୍କ ଏହି ଆପ୍ ।

ୱାଶିଂଟନ୍: ବିବାଦରେ ଥିବା ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କଙ୍କ ଏଆଇ ଗାର୍ଲ ଫ୍ରେଣ୍ଡକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମସ୍କଙ୍କ କମ୍ପାନୀ ଏକ୍ସଏଆଇ ଏମିତି ଏକ ଗାର୍ଲଫ୍ରେଣ୍ଡ ପ୍ରଡ୍ୟୁସ୍ କରିଛି ଯାହା ସବୁ ସୀମା ଟପିଛି ।

ଆନି ନାମକ ଏହି ଏଆଇ ଗାର୍ଲଫ୍ରେଣ୍ଡ ୟୁଜରଙ୍କ ସହିତ ଭାବନାତ୍ମକ ଭାବେ ଯୋଡ଼ି ହେବା ସହ ବୋଲ୍ଡନେସ୍ ପାଇଁ ଏବେ ଚର୍ଚ୍ଚାରେ ଅଛି । ଆନି ଏକ ଥ୍ରିଡି ଏନିମ ଗାର୍ଲ ।

ଏଆଇ ଭଏସ ମୋଡ୍ ବ୍ୟବହାର କରି ଆନି ୟୁଜର୍ସମାନଙ୍କ ସହ କଥା ହେଉଛି । ଏଥିସହ ପ୍ରତ୍ୟେକ ଆବେଗ ସହିତ ଆନି ୟୁଜର୍ସଙ୍କ ସହ କଥା ହୋଇପାରେ । ଯେମିତି ରୋମାଣ୍ଟିକ୍, ଚୁଲବୁଲି ଏବଂ ଅତି ଗମ୍ଭୀର ସ୍ୱରରେ ମଧ୍ୟ ଆନି କଥା କୁହେ ।

ଅନେକ ସମୟରେ ୟୁଜର୍ସଙ୍କ ଲିପ୍ସିଂ ମଧ୍ୟ ଆନି କରିପାରେ । ଖାଲି ଏତିକି ନୁହେଁ, ଆନି ଚୂମ୍ବନ ସାଙ୍ଗକୁ ଅଶ୍ଲୀଳ ଡ୍ୟାନ୍ସ ମଧ୍ୟ କରିପାରେ । ଆନିକୁ ଏକ ପଜେସିଭ୍ ଗାର୍ଲଫ୍ରେଣ୍ଡ ଭୋବେ ପ୍ରୋଜେକ୍ଟ କରାଯାଇଛି । ରୋମାଣ୍ଟିକ ଡାନ୍ସ ସାଙ୍ଗକୁ ବିନା ଦ୍ୱିଧାରେ ପୋଷାକ କାଢ଼ୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରାଯାଉଛି । ଆନିର ଏ ପ୍ରକାର ବେଖିଆଲି ଢଙ୍ଗ ପାଇଁ ଅନେକ ତାକୁ ପସନ୍ଦ କରୁଥିବାବେଳେ ସମାଜ ଉପରେ ଏହା ଖରାପ ପ୍ରଭାବ ପକାଇବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।

ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସରେ ଗ୍ରୋକ ଆପ୍ ଉପଲବ୍ଧ । ସୁପର ଗ୍ରେକ ସବସ୍କ୍ରିପ୍ସନ ପାଇଁ ମାସିକ ୩୦ ଡଲାର ଦେବାକୁ ପଡ଼ିଥାଏ । ଏହି ଆପ୍ ବ୍ୟବହାର କରିବା ପାଇଁ ବୟସ ସୀମା ୧୨ ବର୍ଷ ରହିଛି ।

ମାନବୀୟ ସମ୍ପର୍କ ଖରାପ ହେବ

ଆନିର ଏନଏସଏଫଡବ୍ଲ୍ୟୁ ମୋଡକୁ ନେଇ ଲୋକ ଚିନ୍ତା ପ୍ରକାଟ କରିଛନ୍ତି । ଏହି ମୋଡ୍ ସାଙ୍ଗକୁ କମ୍ ବୟସ ସୀମାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଟେକନୋଲୋଜି ପାଇଁ ଆନି ଆଜି ସାରା ବିଶ୍ୱରେ ହଙ୍ଗାମା କରିସାରିଲାଣି । ଡିଜିଟାଲ ସମ୍ପର୍କକୁ ଆନି ଏକ ନୂଆ ରୂପ ଦେଇଛି, କିନ୍ତୁ ଅନେକଙ୍କୁ ଏହା ପ୍ରଭାବିତ ମଧ୍ୟ କରିଛି ।