fbpx

ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ଆଓ୍ଵାର୍ଡ, କ୍ରୀଡାରେ ଏହି ଆଠ ଖେଳାଳିଙ୍କୁ ମିଳିଲା ସମ୍ମାନ

ନୂଆଦିଲ୍ଲୀ : ଭାରତ ସରକାର ମଙ୍ଗଳବାର ୧୨୮ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ସମେତ କ୍ରୀଡାର ୯ ଖେଳାଳି ସାମିଲ୍। ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ପଦ୍ମ ପୁରସ୍କାରର ଘୋଷଣା କରାଯାଇଛି। ଚାରି ଜଣଙ୍କୁ ମିଳିଛି ପଦ୍ମ ବିଭୂଷଣ ସମ୍ମାନ। ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି।
ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଥିଲେ। ପଦ୍ମଶ୍ରୀ ସମ୍ମାନ ପୂର୍ବରୁ ଭାରତ ସରକାର ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରିବାର ଘୋଷଣା ମଧ୍ୟ କରାଯାଇଛି।
ପଦ୍ମଭୂଷଣ
ଦେବେନ୍ଦ୍ର ଝଝାରିଆ, ପାରା ଅଲିମ୍ପିକ୍ସ ଜାଭେଲିନ, ରାଜସ୍ଥାନ
ପଦ୍ମଶ୍ରୀ
– ସୁମିତ ଅନ୍ତିଲ, ପାରା ଅଲିମ୍ପିକ୍ସ ଜାଭେଲିନ ଫିଙ୍ଗାଳି, ହରିୟାଣା
– ପ୍ରମୋଦ ଭଗତ, ବ୍ୟାଡମିଣ୍ଟନ, ଓଡିଶା
– ନୀରଜ ଚୋପ୍ରା, ଜାଭେଲିନ ଫିଙ୍ଗାଳି, ହରିୟାଣା
– ଶଙ୍କର ନାରାୟଣ ମେନନ, ମାର୍ଶଲ ଆର୍ଟ୍ସ, କେରଳ
– ଫୈସଲ ଅଲୀ ଡାର, କୁଙ୍ଗ ଫୁ, ଜାମ୍ମୁ-କାଶ୍ମୀର
– ବନ୍ଦନା କାଟାରିଆ, ହକି, ଉତ୍ତରାଖଣ୍ଡ
– ଅଭନୀ ଲେଖରା, ପାରା ଅଲିମ୍ପିକ୍ସ ସୁଟର, ରାଜସ୍ଥାନ
– ବ୍ରହ୍ମାନନ୍ଦ ସଙ୍ଖଓ୍ଵାଲକର, ଫୁଟବଲ, ଗୋଆ

Get real time updates directly on you device, subscribe now.