ନୂଆଦିଲ୍ଲୀ: ୫୦ ଟଙ୍କାରେ ଅନଲାଇନ୍ ରେ କଣ କିଣାଯାଇପାରିବ ? ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଛି ତାହେଲେ, ଆମେ ଆପଣ ମାନଙ୍କୁ ଏପରି କିଛି ଗ୍ୟାଜେଟ୍ ସମ୍ପର୍କରେ କହିବୁ ଯାହା ଆପଣଙ୍କ ଅନେକ କାମରେ ଆସିପାରେ । ଆଉ ଏହିସବୁ ଆଇଟମ୍ ମାତ୍ର ୫୦ ଟଙ୍କାରେ ବି ଉପଲବ୍ଧ ହେଉଛି । ଏହିସବୁ ଗ୍ୟାଜେଟ୍ ଦ୍ୱାରା ଆପଣଙ୍କ ମୋବାଇଲ୍ ଏକ୍ସପିରିଏନ୍ସ ଆହୁରି ଉନ୍ନତ ହୋଇପାରିବ । ଇ-କର୍ମସ ସାଇଟ୍ ଆମାଜନ୍ ଓ ଫ୍ଲିପକାର୍ଟରେ ଏହିସବୁ ଗ୍ୟାଜେଟ୍ ମିଳିଥାଏ । ତାହେଲେ ଚାଲନ୍ତୁ ଜାଣିବା କଣ ସେସବୁ ।
ଯଦି ଆପଣ ମୋବାଇଲରେ ଗେମ୍ ଖେଳିବାକୁ ପସନ୍ଦ କରନ୍ତି ତାହେଲେ ଏହି ପ୍ରଡକ୍ଟ ଆପଣଙ୍କ କାମରେ ଆସିପାରେ । ବାସ୍ତବରେ ଗେମ୍ ଖେଳିବା ବେଳେ ଆମେ ଆଙ୍ଗୁଠିର ବ୍ୟବହାର କରିଥାଉ । ଯାହାଫଳରେ ଆଙ୍ଗୁଠିରେ ବେଳେ ଝାଳ ନଚେତ୍ ଶୁଖିଲା ପଡ଼ିଯାଏ । ଏପରି ସ୍ଥଳେ ଏହି ଗ୍ୟାଜେଟ୍ ଆପଣଙ୍କ କାମରେ ଆସିପାରେ । ଏହାକୁ ଆପଣ ହ୍ୟାଣ୍ଡ୍ ଗ୍ଲୋବସ୍ ପରି ବ୍ୟବହାର କରିପାରିବେ । ଆମାଜନ୍ ରେ ଏହା ୨୪ ଟଙ୍କାରେ ଉପଲବ୍ଧ ହେଉଛି ।
ଆପଣ ମାନେ ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମରେ ଭିଡିଓ ଦେଖିବାକୁ ପସନ୍ଦ କରୁଥିବେ ନିଶ୍ଚୟ । ତାହେଲେ ଏହି ପ୍ରଡକ୍ଟ ଆପଣଙ୍କ ଅନେକ କାମରେ ଆସିପାରେ । ଏହାର ବ୍ୟବହାର ଆପଣ ଭିଡିଓ ଦେଖିବା ସମୟରେ କରିପାରିବେ । ଏହାକୁ ଆପଣ ଫୋନ୍ ଷ୍ଟାଣ୍ଡ୍ ବୋଲି ବି କହିପାରିବେ । ଏହା ଆପଣଙ୍କ ଫୋନ୍ କୁ ଷ୍ଟେବଲ୍ କରିବାରେ ସହାୟତା କରିବ । ଆମାଜନ୍ ରେ ଏହି ଗ୍ୟାଜେଟ୍ ୪୯ ଟଙ୍କାରେ ପାଇପାରିବେ ।
ସ୍ମାର୍ଟ ୟୁଜର୍ସଙ୍କ ପାଇଁ ଏହି ପ୍ରଡକ୍ଟ ଅନେକ କାମର ଜିନିଷ । ଫୋନ୍ ରେ ପେନ୍ ଡ୍ରାଇଭ୍ ଆଟାଚ୍ କରିବାକୁ ଥିଲେ କିମ୍ବା କି-ବୋର୍ଡରେ ଏହି ପ୍ରଡକ୍ଟ ଆପଣଙ୍କ ସାହାଯ୍ୟ କରିବ । ଏହା ସାହାଯ୍ୟରେ ଆପଣ ଫୋନ୍ ରୁ ପେନ୍ ଡ୍ରାଇଭ୍ କୁ ଡାଟା ଟ୍ରାନ୍ସଫର୍ କରିପାରିବେ । ଆମାଜନ୍ ରେ ଏହି ପ୍ରଡକ୍ଟ ୨୯ ଟଙ୍କାରେ ଉପଲବ୍ଧ ହେଉଛି ।