fbpx

ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ: ରୋଗୀ ସମେତ ୩ ମୃତ, ୨ ଗୁରୁତର

Advertisement

ଯାଜପୁର(ଓଡ଼ିଶା ଭାସ୍କର): ଟ୍ରକକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ ବଡ଼ଚଣା ନିକଟରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ରୋଗୀ ନେଇ ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଆମ୍ବୁଲାନ୍ସ । ଏଥିରେ ରୋଗୀ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି ।

Get real time updates directly on you device, subscribe now.