(Video) ପୁଣି ଚର୍ଚ୍ଚାରେ ଦାନ ମାଝୀ: ଦିନେ ମିଳିନଥିଲା ଆମ୍ବୁଲାନ୍ସ ଆଜି କଲେ ଉଦଘାଟନ

ଦାନ ମାଝୀ… ଯିଏ ଦିନେ ଆମ୍ବୁଲାନ୍ସ ନ ପାଇଁ ନିଜ କାନ୍ଧରେ ସ୍ତ୍ରୀର ମୃତ ଶବକୁ ବୋହିଥିଲେ । ଆଜି ସେହି ଦାନମାଝୀ ଆମ୍ବୁଲାନ୍ସ ସେବା ଉଦଘାଟନ କରିଛନ୍ତି । ନିଜେ ଯେଉଁ ଦିନ ଦେଖିଥିଲେ ସେହି ଦିନ କାହା ଭାଗ୍ୟରେ ନଆସୁ ସେଥିପାଇଁ ଆମ୍ବୁଲାନ୍ସ ସେବା ଉଦଘାଟନ କରିଛନ୍ତି ।

କିଛି ବର୍ଷ ତଳେ ଦାନ ମାଝୀ ଆମ୍ବୁଲାନ୍ସ ସେବା ନ ମିଳିବାରୁ ନିଜ ସ୍ତ୍ରୀର ମୃତ ଦେହକୁ ଧରି ଲଗାତାର ୧୦ କିଲୋମିଟର ରାସ୍ତାରେ ଚାଲିଥିଲେ । ଯାହାର ଦୃଶ୍ୟ ଖାଲି ରାଜ୍ୟ କି ଦେଶ ନୁହେଁ ବିଶ୍ୱ ଦରବାରରେ ପହଞ୍ଚିଯାଇଥିଲା । କେହିବି ସମ୍ବାଳିପାରିନଥିଲେ ଏହି ଯନ୍ତ୍ରଣା ଦାୟକ ପରିସ୍ଥିତିିକୁ । ଆଉ ତାପରେ ସାରା ବିଶ୍ୱରୁ ସହୋଯୋଗର ହାତ ବଢିଥିଲା ଦାନମାଝୀଙ୍କ ପାଇଁ । ଆଉ ସେହି ଦାନ ମାଝୀ ସହଯୋଗ ପରେ ବି ଆଜି ମନେ ରଖିଛନ୍ତି ସେହି ଯନ୍ତ୍ରଣାଦାୟୀ ଦିନକୁ । ଆଉ ଏବେ ତାଙ୍କ ପରି କେହି ଆମ୍ବୁଲାନ୍ସ ଟେ ପାଇଁ ଯେଉଁଭଳି ହଇରାଣ ହେବାକୁ ନପେଡ଼େ ସେଥିପାଇଁ ଆଜି ଉଦଘାଟନ କରିଛନ୍ତି ଆମ୍ବୁଲାନ୍ସ ସେବା ।

କଳାହାଣ୍ଡି ଜିଲ୍ଲା ଅଟୋ ସଂଘ ପକ୍ଷରୁ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ରୋଗୀଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି । ତେବେ କାର୍ଯ୍ୟକ୍ରମରେ ଅନ୍ୟ କେହି ଭିଆଇପିଙ୍କୁ ଆମନ୍ତ୍ରଣ କରିବା ଅପେକ୍ଷା ଅଟୋ ସଂଘ କର୍ମକର୍ତ୍ତା ଦାନ ମାଝୀଙ୍କୁ ମୁଖ୍ୟ ଅତିଥି ଭାବେ ଡାକିଥିଲେ । ସେ ତାଙ୍କ କରକମଳରେ ନୂଆ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଥିବାରୁ ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି । ଦେଖନ୍ତୁ ଭିଡିଓ…