fbpx

ସାହାଯ୍ୟର ହାତ ବଢାଇଲେ ଏଲନ ମସ୍କ, ଇସ୍ରାଏଲ ଏବଂ ଗାଜାର ହସ୍ପିଟାଲକୁ ଦାନ କରିବେ Xର ବିଜ୍ଞାପନ ରାଜସ୍ୱ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ତେବେ ଯୁଦ୍ଧ ମଧ୍ୟରେ ଶିଳ୍ପପତି ତଥା ଏକ୍ସ ମାଲିକ ଏଲନ୍ ମସ୍କ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଏକ୍ସ କର୍ପରୁ ଆସୁଥିବା ବିଜ୍ଞାପନ ରାଜସ୍ୱକୁ ଇସ୍ରାଏଲ ଏବଂ ଗାଜାର ଡାକ୍ତରଖାନାକୁ ଦାନ କରିବାକୁ ଘୋଷଣା କରିଛନ୍ତି।

ଟେସଲା ସିଇଓ ଏଲନ୍ ମସ୍କ କହିଛନ୍ତି ଯେ, ଏକ୍ସ କର୍ପରୁ ବିଜ୍ଞାପନ ରାଜସ୍ୱ ଗାଜା ଏବଂ ଇସ୍ରାଏଲର ଡାକ୍ତରଖାନାକୁ ଦାନ କରାଯିବ। ବିଜ୍ଞାପନ ଏବଂ ସବସ୍କ୍ରିପସନରୁ ଆୟ ଦାନ କରାଯିବ ବୋଲି ସେ କହିଛନ୍ତି। ତେବେ ଗାଜା ଏବଂ ଇସ୍ରାଏଲ୍ ଡାକ୍ତରଖାନାକୁ ଦିଆଯିବାକୁ ଥିବା ଅର୍ଥରାଶି କେତେ ପରିମାଣର ସେ ପ୍ରକାଶ କରି ନାହାଁନ୍ତି।

ଏହାପୂର୍ବରୁ, ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଆଣ୍ଟି ସେମେଟିକ୍ ପୋଷ୍ଟକୁ ସମର୍ଥନ କରିଥିଲା। ମସ୍କ ଏହି ପୋଷ୍ଟକୁ ସମର୍ଥନ କରି ଲେଖିଛନ୍ତି ଯେ, ଗ୍ରେଟ୍ ରିପ୍ଲେସମେଣ୍ଟ ଷଡଯନ୍ତ୍ର ଥିଓରୀକୁ ଦର୍ଶାଇଥିବା ଉପଭୋକ୍ତା ସତ କହୁଛନ୍ତି। ଏହି ପୋଷ୍ଟ ଦାବି କରିଛି ଯେ, ଯିହୁଦୀ ଲୋକମାନେ ଶ୍ୱେତଃ ଲୋକଙ୍କ ପ୍ରତି ଘୃଣା ବୃଦ୍ଧି କରୁଛନ୍ତି।

Get real time updates directly on you device, subscribe now.