fbpx

Paris Fashion Weekରେ ଆମେରିକୀୟ ଗାୟକ Katy Perryଙ୍କ ଜଲୱା, ୬୦୦ ଫୁଟ୍ ଲମ୍ବର ଡ୍ରେସ୍‌ରେ ଲେଖିଥିଲେ ପୁରା ଗୀତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ୟାରିସ୍ ଫେଶନ୍ ୱିକରେ ବିଶିଷ୍ଟ ଆମେରିକୀୟ କଣ୍ଠଶିଳ୍ପୀ ଏବଂ ଗୀତିକାର କୈଟି ପେରି(Katy Perry)ଙ୍କ ଭିନ୍ନ ଏକ ଅନ୍ଦାଜ ଦେଖିବାକୁ ମିଳିଥିଲା । ସେ ପରିଧାନ କରିଥିବା ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଜୁଲାଇ ୧୧ରେ କୈଟି ପେରିଙ୍କ ନୂଆ ଗୀତ ‘Woman’s World’ ଲଞ୍ଚ୍ ହେବାକୁ ଯାଉଛି । ଆଶ୍ଚର୍ଯ୍ୟର ବିଷୟ ପ୍ୟାରିସ୍ ଫେଶନ୍ ୱିକରେ କୈଟି ପରିଧାନ କରିଥିବା ପୋଷାକରେ ସେ ଏହି ଗୀତର ସମ୍ପୂର୍ଣ୍ଣ ଲିରିକ୍ସ ଲେଖାଯାଇଥିଲା । ଏହି ପୋଷାକର ଲମ୍ବ ହେଉଛି ପ୍ରାୟ ୬୦୦ ଫୁଟ୍ । ସେ ପିନ୍ଧିଥିବା ନାଲି ରଂଗର ପୋଷାକରେ ବହୁତ ହଟ୍ ଆଣ୍ଡ୍ ଗ୍ଲାମରସ ଦେଖାଯାଉଥିଲେ । ତେବେ ତାଙ୍କର ଏଭଳି ଷ୍ଟାଇଲିଶ୍ ଅନ୍ଦାଜରେ ଏଣ୍ଟ୍ରି କରିବା ସମସ୍ତଙ୍କୁ ଚକିତ କରିଥିଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Crazy for couture (@crazyforcouture)

Get real time updates directly on you device, subscribe now.