fbpx

ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନକୁ ପୁଣି ଋଣଭାରରେ ବୁଡ଼ାଇଲା ଚୀନ୍‌, ଆଇଏମ୍‌ଏଫ୍ ପୁର୍ବରୁ ଦେଲା ଏତିକି ଟଙ୍କା ଋଣ

ନୁଆଦିଲ୍ଲୀ: ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ଯୁଝୁଥିବା ପାକିସ୍ତାନକୁ ଏହାର ସହଯୋଗୀ ଚୀନ୍‌ର ସାହାଯ୍ୟ ମିଳିଛି । ଚୀନ୍ ପାକିସ୍ତାନକୁ ୧ ମିଲିୟନ ଡଲାର ଟଙ୍କା ଋଣରେ ଦେଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ରୁ ଋଣ ମିଳିବା ଅନିଶ୍ଚିତତା ମଧ୍ୟରେ ବିଦେଶୀ ଭଣ୍ଡାର ଅଭାବର ସମ୍ମୁଖିନ ହେଉଥିବା ପାକିସ୍ତାନ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ହୋଇପାରେ । କିନ୍ତୁ ଅନ୍ୟପଟେ ଦେଖିଲେ ପାକିସ୍ତାନ ପୁର୍ବରୁ ଚୀନ୍ ଋଣ ଭାରରେ ବୁଡି ରହିଛି । ଏବେ ପୁନଃର୍ବାର ଚୀନ୍‌ଠାରୁ ଋଣ ନେଇ ପାକିସ୍ତାନ ନିଜକୁ ବିକ୍ରି କରିଦେବା ଭଳି ସ୍ଥିତି ଆଡ଼କୁ ଗସ୍ତ କରୁଛି ।

ଗତ ସପ୍ତାହରେ ପାକିସ୍ତାନର ମୁଦ୍ରା ଭଣ୍ଡାର ହ୍ରାସ ପାଇ ପ୍ରାୟ ୩.୯ ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହାପୂର୍ବରୁ ଅର୍ଥମନ୍ତ୍ରୀ ଇଶାକ ଦାର କହିଥିଲେ ଯେ ପାକିସ୍ତାନ ଗତ ସୋମବାର ଦିନ ୧.୩ ବିଲିୟନ ଆମେରିକୀୟ ଡଲାରର ବଦଳରେ ଚୀନ୍‌ଏକ ବିଲିୟନ ଆମେରିକୀୟ ଡଲାର ଦେଇଛି ଏବଂ ଏହି ଅର୍ଥ ଖୁବସୀଘ୍ର ଚିନ୍‌କୁ ଫେରସ୍ତ ହେବ ବୋଲି ଆଶା କରାଯାଉଛି ।

ପାକିସ୍ତାନ ଅର୍ଥନିତି ବର୍ତ୍ତମାନ ଋଣ ଖିଲାପି କରିବାକୁ ଯାଉଛି । ୨୦୧୯ ରେ ପାକିସ୍ତାନକୁ ୬.୫ ବିଲିୟନ ଡଲାର ସହାୟତା ସହାୟତା ଦେବାକୁ ଆଇଏମ୍‌ଏଫ୍ ରାଜି ହୋଇଥିଲା, କିନ୍ତୁ ଏଥିରୁ ୨.୫ ବିଲିୟନ ଡଲାର୍ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ଏହି ଟଙ୍କା ରିଲିଜ କରିବା ପାଇଁ ଆଇଏମ୍‌ଏଫ୍ କିଛି ସର୍ତ୍ତ ରଖିଛି । ଅନ୍ୟପକ୍ଷରେ ପାକିସ୍ତାନ କହିଛି ଯେ ଏହା ପୂର୍ବରୁ ଆଇଏମଏଫର ସର୍ତ୍ତ ପୂରଣ କରିସାରିଛି ।

ତେବେ ଆଇଏମ୍‌ଏଫ୍‌ର ଋଣ ସହାୟତା କାର୍ଯ୍ୟକ୍ରମ ୩୦ ଜୁନ୍ ରେ ସମାପ୍ତ ହେଉଛି । ଆଇଏମଏଫ୍ର କୌଣସି ସାହାଯ୍ୟ ନ ହେଲେ ପାକିସ୍ତାନ ଏହାର ଅର୍ଥନୀତିକୁ ବଞ୍ଚାଇବା ପାଇଁ ଏକ ବିକଳ୍ପ ଖୋଜୁଛି । ଚାଇନା ପାକିସ୍ତାନକୁ ଏଥି ପାଇଁ ଚାରି ବିଲିୟନ ଡଲାରର ଦ୍ୱିପାକ୍ଷିକ ଋଣ ଦେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.