fbpx

OSSC ପକ୍ଷରୁ ସୂଚନା: ସେପ୍ଟେମ୍ବର ୧୩ ଓ ୧୪ରେ ହେବ ଆୟୁର୍ବେଦିକ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସରକାରଙ୍କର ୬ଟି ବିଭାଗରେ ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ପଦ ପୂରଣ ହେବ । ନିକଟରେ ଏହି ସମସ୍ତ ପଦ ପାଇଁ ପ୍ରିଲିମ୍ସ ପରୀକ୍ଷା ହୋଇଥିବା ବେଳେ ଏବେ ତା’ର ରେଜଲ୍ଟ ଜାରି କରାଯାଇଛି ।

ଏଥିସହିତ ଏହି ସମସ୍ତ ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଖୁବଶୀଘ୍ର ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପ୍ରୋଗ୍ରାମ ଜାରି କରାଯିବ । ନିଯୁକ୍ତି ବାବଦରେ ଅପଡେଟ୍ ପାଇବା ପାଇଁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଏହି ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ଏଥିପାଇଁ ଏପ୍ରିଲ ୨୫ରୁ ମେ ୨୪ ମଧ୍ୟରେ ଅନଲାଇନରେ ପ୍ରାର୍ଥୀମାନେ ଆବେଦନ କରିଥିଲେ । ନିକଟରେ ଅମିନ ପଦକୁ ନେଇ ଓଏସଏସସି କରିଜେଣ୍ଡମ୍ ଜାରି କରିଥିଲା ।

OSSC Notice

Get real time updates directly on you device, subscribe now.