fbpx

OSSC ପକ୍ଷରୁ ସୂଚନା: ଜୁଲାଇ ୨୧ରେ ହେବ ଅମିନ, ଆୟୁର୍ବେଦିକ ଆସିଷ୍ଟାଣ୍ଟ, କେୟାର ଟେକର ଓ ୟୁନାନି ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅମିନ, ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସରକାରଙ୍କ ୬ଟି ବିଭାଗରେ ଏହି ସମସ୍ତ ପଦ ପୂରଣ ହେବ । ଜୁଲାଇ ୨୧ରେ ଏହି ସମସ୍ତ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ତାରିଖ ଘୋଷଣା କରାଯାଇଥିବା ବେଳେ ଏହା ମଧ୍ୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପରୀକ୍ଷାର ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି ।

ଓଏମଆର ମୋଡ଼ରେ ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୧୫୦ ମାର୍କର ପରୀକ୍ଷା ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଏହି ପରୀକ୍ଷା ହେବ । ପ୍ରାର୍ଥୀମାନେ ଜୁଲାଇ ୧୨ ତାରିଖ ପରଠାରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପରିବେ । ପରୀକ୍ଷା ବାବଦରେ କୌଣସି ଅପଡେଟ୍ ବିଷୟରେ ଜାଣିବା ପାଇଁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ମୋଟ ୬୭୩ଟି ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.