fbpx

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ସୁଯୋଗ: କିରାଣୀ, ଅମିନ, ଟାଇପିଷ୍ଟ ଓ ଷ୍ଟେନୋ ପଦ ପୂରଣ ହେବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ କିରାଣୀ, ଅମିନ, ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଆଦି ପଦ ପୂରଣ ହେବ । ବରଗଡ଼ ଜିଲ୍ଲା ଜଜ କାର୍ଯ୍ୟାଳୟରେ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର ଟାଇପିଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩, ସାଲାରାଇଡ ଅମିନ ପଦ ପୂରଣ ହେବ । ସମସ୍ତ ପଦ ପାଇଁ ବେତନ ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ସେହିପରି ମୟୁରଭଞ୍ଜ ଜିଲ୍ଲା ଜଜ କାର୍ଯ୍ୟାଳୟରେ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩, ସାଲାରାଇଡ ଅମିନ ପଦ ପୂରଣ ହେବ । ଆସନ୍ତା ୨୪ ତାରିଖ ପୂର୍ବରୁ ପ୍ରାର୍ଥୀ ଏହି ସମସ୍ତ ପଦ ପାଇଁ ଆବେଦନ କରିବାକୁ ପଡ଼ିବ । ଏହି ନିଯୁକ୍ତିର ବିଜ୍ଞପ୍ତି ଲିଙ୍କ ନିମ୍ନରେ ଦିଆଯାଇଛି । ସେହିପରି କଟକ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି ।

ବରଗଡ଼ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec0273e5080f0f3804cb9cf470a8ce89/uploads/2024/06/2024060431.pdf

ମୟୁରଭଞ୍ଜ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec02d87c68a56bc8eb803b44f25abb62/uploads/2024/05/2024052447.pdf

କଟକ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec025d4ae76f053f8f2516ad12961ef7/uploads/2024/05/2024052141.pdf

ରାୟଗଡ଼ା ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec0336ed197b3f31618fdbadb3df86f8/uploads/2024/05/2024052195-1.pdf

Get real time updates directly on you device, subscribe now.