fbpx

ଅଁଳାରେ ରହିଛି ବହୁ ଉପକାରୀ ଗୁଣ: ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗରୁ ମିଳିବ ଉପଶମ, ଘରେ କରନ୍ତୁ ଏମିତି ବ୍ୟବହାର

ଭୁବନେଶ୍ୱର: ସାଧାରଣତଃ ବର୍ତ୍ତମାନ ଯୁଗରେ ସମସ୍ତ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ବେଳେ ବେଳେ ସୁଗାର ଲେଭଲ୍‌ କମ୍‌ ହେଲେ ମୁଣ୍ଡ ବୁଲାଇଥାଏ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ, ଡିହାଇଡ୍ରେସନ୍‌ କିମ୍ବା ମଧୁମେହରେ ଔଷଧ ପ୍ରଭାବ ହେତୁ ମୁଣ୍ଡ ବୁଲାଇବା ସମସ୍ୟା ଦେଖାଯାଏ । କେବଳ ଏତିକି ହିଁ ନୁହେଁ ମଧୁମେହ ଶରୀରର ଅନେକ ଅଙ୍ଗରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଏହି କାରଣରୁ ଅନେକ ଲକ୍ଷଣ ଦେଖାଯାଇପାରେ, ଯେଉଁଥିରୁ ମୁଣ୍ଡ ବୁଲାଇବା ମଧ୍ୟ ଏକ ପ୍ରକାରର ସମସ୍ୟା । ତେବେ ଏହି ମଧୁମେହ ସମୟରେ ମୁଣ୍ଡ ବୁଲାଇବା ସମସ୍ୟାକୁ ଦୂର କରିବା ପାଇଁ ସରଳ ଘରୋଇ ଉପଚାର ବ୍ୟବହାର କରାଯାଇପାରେ ।

ମଧୁମେହରେ ମୁଣ୍ଡ ବୁଲାଇବା ସମୟରେ ଅଁଳା ଖାଆନ୍ତୁ । ଅଳାଁରେ ଭିଟାମିନ୍‌ ସି ଏବଂ ଭିଟାମିନ୍‌ ଏ ରହିଥାଏ । ଏହା ବ୍ୟତୀତ ତାହାକୁ ଗୋଲମରିଚ ଦ୍ୱାରା ଖାଇଲେ ରକ୍ତ ପ୍ରବାହ ଭଲ ରୁହେ ଆପଣ ମୁଣ୍ଡ ବୁଲାଇବା ସମସ୍ୟାରୁ ମୁକ୍ତି ପାଆନ୍ତି । ଆପଣ ୧୫ ଗ୍ରାମ ଅଳାଁ ନେଇ ସେଥିରେ ଶୁଖିଲା ଲଙ୍କା ଏବଂ ମିଶ୍ରି ମିଶାଇ ଏହାକୁ ଖାଆନ୍ତି । ମଧୁମେହରେ ଅଦା ଖାଆନ୍ତୁ । ଅଦାକୁ ଚାରେ ପିଅନ୍ତୁ କିମ୍ବା ଅଦାକୁ ଛୋଟ ଖଣ୍ଡରେ କାଟି ଏହାକୁ ଚୋବାନ୍ତୁ, ତେବେ ଆପଣ ମୁଣ୍ଡ ବୁଲାଇବା ସମସ୍ୟାରୁ ମୁକ୍ତି ପାଇବେ । ଲେମ୍ବୁରେ ଭିଟାମିନ୍‌ ସି ରହିଥାଏ, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ ଏହା ଶରୀରକୁ ହାଇଡ୍ରେସନ୍‌ ମଧ୍ୟ କରିଥାଏ ।

Get real time updates directly on you device, subscribe now.