fbpx

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସିଦ୍ଧୁ ବିପଦ; ପାକିସ୍ତାନ ସହିତ ରହିଛି ତାଙ୍କର ସମ୍ପର୍କ: ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ନଭଜୋତ ସିଂ ସିଦ୍ଧୁଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିଛନ୍ତି । ପାକିସ୍ତାନ ସହିତ ସିଦ୍ଧୁଙ୍କ ସମ୍ପର୍କ ରହିଛି ଏବଂ ସେ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ବୋଲି କହିଛନ୍ତି ଅମରିନ୍ଦର ସିଂ । ଏହି କାରଣ ପାଇଁ ମୁଁ ସିଦ୍ଧୁଙ୍କ ନାମକୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ବିରୋଧ କରିବି ବୋଲି ଅମରିନ୍ଦର କହିଛନ୍ତି ।

ସିଦ୍ଧୁ ଜଣେ ଏମିତି ଲୋକ ଯେ କିଛି କରିବାରେ ସକ୍ଷମ ନୁହନ୍ତି, ସେ ଦଳ ପାଇଁ ନିରାଶା ସୃଷ୍ଟି କରିବେ ବୋଲି ଅମରିନ୍ଦର କହିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପାକିସ୍ତାନ ସେନାଧ୍ୟକ୍ଷ କମାର ଜାଭେଦ ବାଜୱାଙ୍କ ସହିତ ତାଙ୍କର ବନ୍ଧୁତା ରହିଥିବାରୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସେ ବିପଦ ବୋଲି ଅମରିନ୍ଦର କହିଛନ୍ତି । ଇସ୍ତଫା ପ୍ରଦାନ ପୂର୍ବରୁ ସୋନିଆ ଗାନ୍ଧୀ ତାଙ୍କୁ କ୍ଷମା ମାଗିଥିଲେ ବୋଲି କହିଛନ୍ତି ଅମରିନ୍ଦର ସିଂ । ଦେଶ ରକ୍ଷା ପାଇଁ ସିଦ୍ଧୁଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସେ ସର୍ବଦା ବିରୋଧ କରିବେ ବୋଲି କହିଛନ୍ତି ଅମରିନ୍ଦର ।

Get real time updates directly on you device, subscribe now.