fbpx

ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରାମାଡ, ସ୍କୁଲ ଯାଉଥିବା ବେଳେ ଘଟିଛି ଏପରି ଅଘଟଣ

ଭୁବନେଶ୍ୱର: ପୁରୀରେ ଆଜି ସକାଳୁ ଏକ ବଡ ଅଘଟଣ ସାମ୍ନାକୁ ଆସିଛି । ଏଠାରେ ସ୍କୁଲ ଯାଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରାମାଡ ହୋଇଛି । ରେଡକ୍ରସ ରୋଡ୍‌ରେ ଅନ୍ୟ ଜଣେ ଛାତ୍ର ତାଙ୍କୁ ଛୁରାମାଡ କରିଥିବା ସୂଚନା ମିଳିଛି । ଏହି ଛାତ୍ର ଜଣକ ପୋଲିସ ଲାଇନ୍ ହାଇସ୍କୁଲରେ ପଢୁଥିଲେ ।

ତେବେ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଛୁରାମାଡ କରିଥିବା ଛାତ୍ର ଫେରାର ହୋଇଯାଇଛି । ଛାତ୍ରର ବାମ ହାତରେ ଆଘାତ ଲାଗିଥିବା ବେଳେ ତାକୁ ଏବେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.