fbpx

ଚଳନ୍ତି ଟ୍ରେନ ତଳକୁ ଆସିଗଲେ ସାଧୁ: ଉପରେ ଚାଲିଗଲା ଟ୍ରେନ, ପରେ ଯାହା ହେଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରଖେ ସିଏ ତ ମାରେ କିଏ । କଥାରେ ଅଛି ଭଗବାନ ଯଦି ବଞ୍ଚାଇବାକୁ ଚାହାନ୍ତି ତେବେ କେହି ଜଣକୁ ମାରି ପାରିବେ ନାହିଁ । ବିରାଟ ଦୁର୍ଘଟଣାରୁ ମଧ୍ୟ ଜୀବନ ପାଇ ଫେରି ଆସିପାରନ୍ତି ସେହି ପ୍ରାଣୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଏକ ରେଲୱେ ଷ୍ଟେସନ ନିକଟରେ । ଧାରଣା ପାର ହେଉଥିବା ସମୟରେ ଏକ ଟ୍ରେନ ତଳେ ପଡିଯାଇଥିଲେ ଜଣେ ବୃଦ୍ଧ ବ୍ୟକ୍ତି । ତେବେ ଏହାପରେ ଯାହା ହେଲା ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜକନ ରହିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ମନମାଡ ରେଲୱେ ଷ୍ଟେସନ ଧାରଣା ପାର ହେବା ବେଳେ ଏକ ଟ୍ରେନ ଆସିଯିବାରୁ ସାଦୁ ଜଣକ ଧାଣା ଉପରେ ହିଁ ପଡି ଯାଇଥିଲେ । ଏହାପରେ ବୁଦ୍ଧି ଏବଂ କୌଶଳରେ ଟ୍ରେନର ଉଭୟ ଚକ ମଝିରେ ସେ ନିଜକୁ ରଖି ଶୋଇ ପଡିଥିଲେ । ତେବେ କିଛି ସମୟ ପର୍ଯ୍ୟନ୍ତ ଟ୍ରେନ ଦ୍ରୁତ ଗତିରେ ଚାଲିବା ପରେଯେତେବେଳେ ଏହା ସ୍ଥିର ହୋଇଥିଲା । ଏହାପରର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଟ୍ରେନ ଅଟକିବା ପରେ ସାଧୁ ଜଣକ ଧାରଣାରୁ ଟ୍ରେନ ତଳୁ ବାହାରିଲେ । ତେବେ ସେ ପୂର୍ବ ପରି ଏକଦମ ସୁସ୍ଥ, ସବଳ ଏବଂ ସକୁଶଳ ଧାରଣାରୁ ବାହାରିଛନ୍ତି । ଏହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । ଚଳନ୍ତି ଟ୍ରେନ ତଳେ ପ୍ରାୟ ୩୦ ସେକେଣ୍ଡ କିମ୍ବା ଅଧିକ ସମୟ ରହିଥିଲେ ଏହି ସାଧୁ ଜଣକ ।

Get real time updates directly on you device, subscribe now.