fbpx

ଦିଲ୍ଲୀରେ ଭିଡ଼ ହିଂସା: ଗୋହତ୍ୟା ଅଭିଯୋଗରେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ

ରାଜଧାନୀ ଦିଲ୍ଲୀରେ ଗୋହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ନିର୍ମମ ଭାବରେ ମାଡ଼ ମାରିଛନ୍ତି । ଏହା ପରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଛାବଳା ଥାନା ପୋଲିସ ଅଜ୍ଞାନ୍ତ ଲୋକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ମୃତକଙ୍କ ପରିଚୟ ବିବେକ ବୋଲି କହିଛି । ବ୍ୟକ୍ତି ଜଣକ ଏକ ଫାର୍ମ ହାଉସରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ଉପରେ ଗୋରୁ ନେବା ଆଣିବାର ଗୁରୁତର ଅଭିଯୋଗ ହୋଇଛି । କୁହାଯାଉଛି ଯେ ଘଟଣା ସ୍ଥଳରୁ ଗୋମାଂସ ଉଦ୍ଧାର ହୋଇଛି । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ରାଜଧାନୀ ଦିଲ୍ଲୀରେ ପ୍ରଥମ କୌଣସି ବ୍ୟକ୍ତିଙ୍କୁ ଗୋହତ୍ୟା ଅଭିଯୋଗରେ ଲୋକଙ୍କ ଦ୍ୱାରା ହତ୍ୟା କରାଯାଇଛି ।

ସୂଚନା ଅନୁସାରେ ସୋମବାର ରାତିରେ ଏହି ଘଟଣା ଘଟିଛି । ପୋଲିସକୁ ସୂଚନା ମିଳିଥିଲା ଯେ ଛାବାଳା ଫାର୍ମ ହାଉସ ନିକଟରେ ଗୋହତ୍ୟା ହୋଇଛି । ଘଟଣା ବିଷୟରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳକୁ ବାହାରିଥିଲା । କିନ୍ତୁ ପୋଲିସ ପହଁଞ୍ଚିବା ପୁର୍ବରୁ କିଛି ଲୋକ ଏହି ଘଟଣା ବିଷୟରେ ଜାଣି ସେଠାରେ ପହଁଞ୍ଚିଥିଲେ । ଏହା ପରେ ଲୋକେ ସିକ୍ୟୁରିଟି ଗାର୍ଡ ସମେତ ତିନି ଜଣ ବ୍ୟକ୍ତିଙ୍କୁ ଘେରି ପ୍ରବଳ ମାଡ ମାରିଥିଲେ । ଏହି ତିନିଜଣ ଆହତ ହୋଇଯିବା ପରେ ସମସ୍ତେ ଫେରାର୍ ହୋଇଯାଇଥିଲେ । ପୋଲିସ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ସମସ୍ତଙ୍କୁ ପ୍ରଥାମିକ ଚିକିତ୍ସା କରି ଛାଡ଼ି ଦିଆଯାଇଥିଲା ।

ପୋଲିସଠୁ ମିଳିଥିବା ସୂଚନା ମୁତାବକ ଗୋହତ୍ୟା ଅଭିଯୋଗରେ ସେମାନଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଅଣା ଯାଇଥିଲା । ସେଠାରେ ପଚରାଉଚରା ସମୟରେ ସେ ଅସୁସ୍ଥ ହୋଇଯାଇଥିଲା । ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଏବଂ ମେଡିକାଲରେ ତାର ମୃତ୍ୟୁ ହୋଇଯାଇଥିଲା ।

Get real time updates directly on you device, subscribe now.