fbpx

ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିଚାଳନା: ଅନେକ ମୃତାହତ ହୋଇଥିବା ସୂଚନା

ମଙ୍ଗଳବାର ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅନେକ ଲୋକଙ୍କ ଉପରେ ଆଖିବୁଜା ଗୁଳିଚାଳନା ହୋଇଛି । ଏହି ଘଟଣା ନ୍ୟୁୟର୍କର ବ୍ରୁକଲିନ୍ ସବୱେ ଷ୍ଟେସନରେ ହୋଇଛି । ବିଦେଶୀ ମିଡିଆ ଅନୁଯାୟୀ ଏହି ଫାୟାରିଂରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ।

ନ୍ୟୁୟର୍କ ଟାଇମ୍ସ ର ଏକ ରିପୋର୍ଟ ଅନୁଯାୟୀ ପ୍ରାୟ ୫ ଜଣକୁ ଗୁଳି ବାଜିଛି । ପୋଲିସ ଅନୁଯାୟୀ ଘଟଣା ପରେ ଷ୍ଟେସନରେ ଧୂଆଁ ହୋଇଯାଇଥିଲା । ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଖୋଜୁଛି । କୁହାଯାଉଛି ଗୁଳି ଚଳାଇଥିବା ବ୍ୟକ୍ତି ଷ୍ଟେସନରେ ଥିବା ଶ୍ରମିକଙ୍କ ବେଶରେ ଆସିଥିଲା । ସେ ଗ୍ୟାସ ମାସ୍କ ମଧ୍ୟ ପିନ୍ଧିଥିଲା । ପୋଲିସ ସିସିଟିଭି ମଧ୍ୟ ଯାଞ୍ଚ କରୁଛି । ଏହା ଆତଙ୍କୀ ହମଲା କି ନାହଁ ତାହା ଜଣାପଡ଼ିନାହିଁ ।

ସେହିଭଳି ଏହି ଗୁଳିକାଣ୍ଡରେ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ ମେଟ୍ରୋରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ଏବଂ ମେଟ୍ରୋ ସେବା ବନ୍ଦ ରଖାଯାଇଛି । କୁହାଯାଉଛି ଆକ୍ରମଣ ସକାଳ ୮ଟା ସମୟରେ ହୋଇଛି ଏହି ସମୟରେ ଷ୍ଟେସନରେ ଅଧିକ ଭିଡ଼ ରହିଥାଏ । ଏହି ଆକ୍ରମଣରେ କେତେଜଣ ସାମିଲ୍ ଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହା ସହ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.