fbpx

ଅନ୍ୟ ଦେଶରୁ ଟିମ ଇଣ୍ଡିଆର ଷ୍ଟାର ଖେଳାଳି: ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିପାରନ୍ତି ଏହି ଚମ୍ପିଆନ

ନୂଆଦିଲ୍ଳୀ: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ଟ୍ରଫି ହାତେଇବା ପାଇଁ ସବୁ ଦଳ ଆରମ୍ଭ କରୁଛନ୍ତି ଅଙ୍କକଷା । ଏପରିକି ୨୦୨୪ ବିଶ୍ୱକପକୁ ମଧ୍ୟ ଅନେକ ଦଳ ବିଶେଷ ଧ୍ୟାନ ଦେଉଛନ୍ତି । କାରଣ ଏହି ସିଜନରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ । ତେବେ ଏହି ସିଜନରେ ଭାରତର ଷ୍ଟାର ଖେଳାଳି ଉନ୍ମୁକ୍ତ ଚାନ୍ଦଙ୍କୁ ଦେଖିବାକୁ ମିଳିପାରେ । କିନ୍ତୁ ଭାରତ ପକ୍ଷରୁ ନୁହେଁ, ଭାରତର ଏହି ଚମ୍ପିଆନ ଏବେ ଅନ୍ୟ ଏକ ଦେଶ ପକ୍ଷରୁ ଖେଳୁଥିବାର ନଜର ଆସିପାରନ୍ତି ।

୨୦୨୪ ବିଶ୍ୱକପରେ କ୍ୱାଲିଫାଏ କରି ଇତିହାସ ରଚିଛି ୟୁଏସଏ । ଗତ କିଛି ଦିନରେ ଆମେରିକା କ୍ରିକେଟ ସହ ଅନେକ ଷ୍ଟାର ଖେଳାଳି ଯୋଡି ହୋଇଛନ୍ତି । ଏହି ତାଲିକାରେ ରଷ୍ଟି ଥେରନ, ନ୍ୟୁଜିଲାଣ୍ଡର କୋରି ଆଣ୍ଡରସନ ଏବଂ ଭାରତର ଷ୍ଟାର ଖେଳାଳି ଉନ୍ମୁକ୍ତ ଚାନ୍ଦ ମଧ୍ୟ ସ୍ଥାନ ପାଇଛନ୍ତି । ଟିମ ଇଣ୍ଡିଆକୁ -୧୯ ବିଶ୍ୱକପ ଟ୍ରଫି ଭେଟି ଦେଇଥିବା ଉନ୍ମୁକ୍ତ ଚାନ୍ଦ ଏବେ ଭାରତ ବିପକ୍ଷରେ ଖେଳୁଥିବା ନଜର ଆସିପାରନ୍ତି । ଏହି ଘୋଷଣା ଜଣାପଡିବା ପରେ ସୋଶିଆଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

୨୦୧୨ରେ ବିଶ୍ୱକପ ବିଜୟ ଭେଟି ଦେବା ପରେ ମାତ୍ର ୨୮ ବର୍ଷ ବୟସରେ ହିଁ କ୍ରିକେଟରୁ ବିଦାୟ ନେଇଥିଲେ ଉନ୍ମୁକ୍ତ ଚାନ୍ଦ । ଏହାପରେ ଆମେରିକା ଚାଲିଯାଇଛନ୍ତି ଉନ୍ମୁକ୍ତ । ଭାରତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ କ୍ରିକେଟରୁ ବିଦାୟ ନେଇଥିଲେ ଏହି ଖେଳାଳି ।

Get real time updates directly on you device, subscribe now.