fbpx

ପୁଲୱାମାରେ ସକାଳୁ ସକାଳୁ ମୁହାଁମୁହିଁ ପରିସ୍ଥିତି, ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧରେ କାର୍ଯ୍ୟକାରୀ ଜାରି ରହିଛି । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀମାନେ ମୁହାଁମୁହିଁ ହୋଇଥିବା କଥା ଖବର ମିଳିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରି ନେଇଛନ୍ତି । ତେଣୁ ଆତଙ୍କବାଦୀଙ୍କ ବଞ୍ଚିବା ବର୍ତ୍ତମାନ ଅସମ୍ଭବ ଅଟେ ବୋଲି ସ୍ଥାନୀୟ ପୋଲିସ କହିବା ସହ ସେମାନଙ୍କୁ ଏନକାଉଣ୍ଟରର ସୂଚନା ଦେଇଛନ୍ତି ।

କାଶ୍ମୀର ଜୋନର ପୋଲିସ ଟ୍ୱିଟ କରି କହିଛନ୍ତି ଯେ, ‘ପୁଲୱାମାର ମିତ୍ରୀଗାମ ଅଂଚଳରେ ଆଜି ସକାଳୁ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ପୋଲିସ ଏବଂ ସୁରକ୍ଷା ବଳ ଏହା ଉତ୍ତର ଦେଉଛନ୍ତି ।’ ଏହା ପୂର୍ବରୁ ୨୮ଜାନୁଆରୀରେ ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରର ଜଣେ ପଣ୍ଡିତଙ୍କୁ ଗୁଳି ମରି ହତ୍ୟା କରାଯାଇଥିଲା । ଏହାର କିଛିଦିନ ପରେ ସୁରକ୍ଷା ବଳ ଆବନ୍ତିପୋରା ଅଂଚଳରେ ମୁହାଁମୁହିଁ ହୋଇ ହତ୍ୟାରେ ସାମିଲ ଥିବା ଏକ ହତ୍ୟାକାରୀଙ୍କୁ ଏନକାଉଣ୍ଟର କରିଥିଲେ ।

୨୬ ଜାନୁଆରୀରେ ମଧ୍ୟ ଏକ ଟାର୍ଗେଟ ହତ୍ୟା କରାଯାଇଥିଲା । ଏଥିରେ ଆତଙ୍କବାଦୀ ଅନ୍ୟ ଏକ କାଶ୍ମୀର ପଣ୍ଡିତ ସଂଜୟ ଶର୍ମା ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳି ଆକ୍ରମଣ କରିଥିଲେ । ଏହାପରେ ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.