ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀ ଏବଂ ସେନାଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ସେନା ଏହି ଅଞ୍ଚଳକୁ ଘେରି ନେଇଛନ୍ତି । ସେନା ଅଧିକାରୀ ସୂଚନା ଦେଇଛନ୍ତି ଯେ, ରାଜୌରୀର ଦସାଲ ଜଙ୍ଗଲରେ ଏହି ଏନକାଉଁଣ୍ଟର ଚାଲୁରହିଛି । ଏନକାଉଁଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀଙ୍କ ଲୁଚି ରହିଥିବା ଇନପୁଟ ମିଳିଥିଲା । ଯେଉଁଥିରେ ସେନା ଏହି ଅଞ୍ଚଳକୁ ଘେରିବା ଆରମ୍ଭ କରିଦେଇଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ସେନା ଆତଙ୍କବାଦୀଙ୍କ ସହ କଥା ହେବାକୁ ଚାହୁଁଥିଲେ, ହେଲେ ଏହି ସମୟରେ ଆତଙ୍କବାଦୀ ଗୁଳି ଚଳାଇଥିଲେ ଏବଂ ସେହିଠାରୁ ଏନକାଉଁଣ୍ଟର ଆରମ୍ଭ ହୋଇଥିଲା ।

ସକାଳର ପ୍ରଥମ ଆଲୋକ ସହିତ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରକୁ ନିଶ୍ଚିତ କରି ଏଡିଜିପି ମୁକେଶ ସିଂ କହିଛନ୍ତି ଯେ, ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଚାଲିଛି। ଗୁରୁବାର ଦିନ ସୁରକ୍ଷା କର୍ମୀମାନେ ଦୁଇଜଣ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ଏହି ଆତଙ୍କବାଦୀଙ୍କୁ ବାରାମୁଲ୍ଲା ଜିଲ୍ଲାରୁ ଗିରଫ କରାଯାଇଛି, ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।