ସନ୍ଦେହ ନେଲା ସ୍ତ୍ରୀ ଜୀବନ, ପରକ୍ରୀୟା ପ୍ରୀତି ସନ୍ଦେହରେ ପଥର ଛେଚି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଜନଗରମ ଥାନାରେ ଘଟିଛି ଏହି ହତ୍ୟାକାଣ୍ଡ।

ଆନ୍ଧ୍ରପ୍ରଦେଶ: ସାଧାରଣତଃ ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଶ୍ୱାସରେ ବନ୍ଧା ଥାଏ। ଟିକିଏ ଯଦି କାହା ମନରେ ଅନ୍ୟ ପ୍ରତି ଅବିଶ୍ୱାସ କିମ୍ବା ସନ୍ଦେହ ଆସେ ତେବେ ଅଶାନ୍ତି ଲାଗି ରହେବ।

ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ସନ୍ଦେହ ଏପରି ସ୍ୱାମୀ ମୁଣ୍ଡରେ ଘର କଲା ଯେ ଶେଷରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ। ମୃତକ ପତ୍ନୀଙ୍କ ନାମ ଉଷାରାଣୀ। ୪୫ ବର୍ଷର ମହିଳା ଥିଲେ।

ଅଭିଯୁକ୍ତ ସ୍ୱାମୀ ହେଉଛି ବେମାଗିରି ମଣିକଣ୍ୟମ। ମୃତ ମହିଳାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଜନଗରମ ଥାନାରେ ଘଟିଛି ଏହି ହତ୍ୟାକାଣ୍ଡ।

ରାଜମହେନ୍ଦ୍ରବରମ ଗ୍ରାମୀଣ ମଣ୍ଡଲ କୋଥମୁରୁ ର ଉଷାରାଣୀଙ୍କ ବିବାହ ନରସିଂହପଟ୍ଟନମ ମଣ୍ଡଲର ବେମାଗେରି ମଣିକର୍ଣ୍ଣମଙ୍କୁ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ୨ ପିଲା ମଧ୍ୟ ଅଛନ୍ତି।

ବିଲ୍ଡର କାମ କରି ପରିବାର ଚଳାଏ ବେମାଗେରି। ହେଲେ ବେମାଗେରୀ ପତ୍ନୀ ଉଷାରାଣୀ ଉପରେ ସନ୍ଦେହ କରିଥିଲା। ଉଷାରାଣୀର ଅନ୍ୟ କେଉଁ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ବେମାଗେରି ଘରେ ସବୁ ବେଳେ ଝଗଡ଼ା ମଧ୍ୟ କରୁଥିଲା।

ଉଷାରାଣୀକୁ ତାଙ୍କ ସ୍ୱାମୀ ମାଡ଼ ମଧ୍ୟ ମାରୁଥିଲେ। ଏଥିରେ ଅତିଷ୍ଟ ହୋଇ ଉଷାରାଣୀ ଥାନାରେ ସ୍ୱାମୀ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ସ୍ୱାମୀ ମଣିକର୍ଣ୍ଣମ ସୁଧୁରି ନଥିଲା। ସ୍ତ୍ରୀର ଥାନାରେ ଅଭିଯୋଗ ବିଷୟରେ ଶୁଣି ସ୍ୱାମୀ ଘର ଛାଡ଼ି ଫେରାର ହୋଇଯାଇଥିଲା।

ହେଲେ ପରେ ପୁଣି ଘରକୁ ଫେରି ପତ୍ନୀ ସହିତ ଝଗଡ଼ା କରିଥିଲା ମଣିକର୍ଣ୍ଣମ। ଦୁହିଁଙ୍କ ଝଗଡ଼ା ଏତେ ଉଗ୍ର ଥିଲା କି ରାଗରେ ମଣିକର୍ଣ୍ଣମ ପଥରରେ ସ୍ତ୍ରୀ ମୁଣ୍ଡକୁ ଛେଚି ମାରିଦେଇଥିଲେ। ଏହା ପରେ ଫେରାର ମାରିଥିଲା ସ୍ୱାମୀ।

ମାଆକୁ ଏଭଳି ପରିସ୍ଥିତିରେ ଦେଖି ପିଲା ପାଖରେ ରହୁଥିବା ଜେଜେମାଙ୍କୁ ଏ ବିଷୟରେ କହିଥିଲେ। ତୁରନ୍ତ ଉଷାରାଣୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଉଷାରାଣୀଙ୍କ ମୃତ୍ୟୁ ହୋଇଥିଳା। ପରେ ଜେଜେମା ପୋଲିସକୁ ଏନେଇ ଖବର ଦେଇଥିଲେ। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ଅଭିଯୁକ୍ତ ସ୍ୱାମୀ ଫେରାର ଅଛି।