ପ୍ରେମିକାକୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲା ଲିଭ୍-ଇନ୍ ପାର୍ଟନର୍, ମନା କରିବାରୁ ମାରିଦେଲା

ବେଶ୍ୟାବୃତ୍ତି କରିବାକୁ ମନା କରିବାରୁ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ତାର ଲିଭ୍-ଇନ୍ ପାର୍ଟନର୍ ।

ଆନ୍ଧ୍ରପ୍ରଦେଶ: ଆମ୍ବେଦକର କୋନସାମେୟା ଜିଲ୍ଲାର ରାଜୋଲୁ ମଣ୍ଡଳର ବାସଭରମ ଗାଁରେ ବୁଧବାର ରାତିରେ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ଏଠି ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ତାର ଲିଭ୍-ଇନ୍ ପାର୍ଟନର୍ । ସବୁଠୁ ବଡ଼ କଥା ହେଉଛି, ମହିଳା ଜଣକ ବେଶ୍ୟାବୃତ୍ତି କରିବାକୁ ମନା କରିବାରୁ ତାଙ୍କୁ ହତ୍ୟା କରିଛି ୨୨ ବର୍ଷୀୟା ଲିଭ୍-ଇନ୍ ପାର୍ଟନର୍ ଶେଖ୍ ଶାମ୍ମା ।

ମୃତକ ମହିଳ, ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଗତ ଛଅ ମାସ ଧରି ଶେଖ୍ ଶାମ୍ମାଙ୍କ ସହିତ ରହୁଥିଲେ । କିନ୍ତୁ ତାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲେ ଲିଭ୍-ଇନ୍ ପାର୍ଟନର୍ । ମହିଳା ଜଣକ ମନା କରିବାରୁ ଏଥିରେ କ୍ରୋଧିତ ହୋଇ ଶାମ୍ମା ତାଙ୍କ ବାମ ଛାତି ଏବଂ ଗୋଡକୁ ଛୁରୀରେ ଅନେକ ଥର ଆଘାତ କରିଥିଲା । ଯାହା ଫଳରେ ପୁଷ୍ପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ପୁଷ୍ପାଙ୍କ ମାଆ ଗଙ୍ଗା ଏବଂ ଭାଇ ଯେତେବେଳେ ତାଙ୍କୁ ରକ୍ଷା କରିବାକୁ ଆସିଲେ, ସେମାନେ ମଧ୍ୟ ଆହତ ହୋଇଥିଲେ। ହତ୍ୟା କରିବା ପରେ ଫେରାର୍ ଥିବା ଶମ୍ମାଙ୍କୁ ଦୁଇଟି ପୋଲିସ ଦଳ ଏବେ ଖୋଜୁଛନ୍ତି। ପୋଲିସ ଏକ ଅପହରଣ ଏବଂ ମୃତ୍ୟୁ ମାମଲା ରୁଜୁ କରି ତାଙ୍କୁ ଖୋଜା ଆରମ୍ଭ କରିଛି।

ସେପଟେ ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ପ୍ରଶାସନ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବା ସହିତ ପୋଲିସକୁ ସହାୟତା ଯୋଗାଇବାକୁ ନିବେଦନ କରିଛି।